ବଜ୍ରପାତରେ ୧ ଚାଷୀ ମୃତ
ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଥାନା ଅଧିନସ୍ଥ ରାହାସୋଇ ଭେଲଙ୍ଗ ଗ୍ରାମର ଜଣେ ଚାଷୀ ବିଲକୁ କାମ କରିବାକୁ ଯାଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଥିବା ହୋଇଛି । ମୃତ ଚାଷୀ ଜଣକ ପରିଚୟ ଭେଲଙ୍ଗ ଗ୍ରାମର ରମେଶ ସେଠୀ । ସେ ବିଲକୁ କାମ କରିବାକୁ ଯାଉ୍ଥିବା ସମୟରେ ବଜ୍ରାଘାତରେ ଚାଷୀ ଜଣକ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଯାଜପୁର ମୁଖ୍ୟ ଚିକିସ୍ରାଳୟରେ ଭର୍ତ୍ତିକରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।