ବଜ୍ରାଘାତରେ ଚାଷୀ ମୃତ
ବାଲେଶ୍ଵର, (ସରୋଜ ପଣ୍ଡା):ରେମୁଣା ଥାନା ମାକନ୍ଦା ଠାରେ ଚାଷୀ ମାନେ ବିଲରେ ଧାନ ଗଛ ରୁଉ ଥିବା ବେଳେ ବଜ୍ରାଘାତ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ମାକନ୍ଦା ଗ୍ରାମର ଶଙ୍କର୍ଷଣ ଗାଆଣ ଙ୍କ ପୁଅ ବିଜୟ ଗାଆଣ(୩୫)।ଆଜି ଅପରାହ୍ନରେ ବିଜୟ ନିଜ ବିଲରେ ବାପା ଭାଇ ମାନଙ୍କ ସହ ଧାନ ଗଛ ରୁଉ ଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ।ପରିବାର ଲୋକେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।ହେଲେ ଚିକିତ୍ସାଳୟରେ ଡ଼ାକ୍ତର ବିଜୟ କୁ ମୃତ ଘୋଷଣା କରିଥିଲେ। ଏ ନେଇ ରେମୁଣା ଥାନରେ ଏକ ମାମଲା ରୁଜୁ ହୋଇଛି, ଆସନ୍ତା କାଲି ମୃତଦେହ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


