ବଜ୍ରାଘାତ ରେ ଖସିଲା ମନ୍ଦିର ଦଧିନଉତି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବଜ୍ରାଘାତ ରେ ଭାଙ୍ଗିଲା ମନ୍ଦିରର ଦଧିନଉତି।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ନିମପଦର ଗାଁରେ। ଆଜି ଅପରାହ୍ନ ସମୟରେ ପ୍ରଚଣ୍ଡ ଘଡ ଘଡି ମାରିବା ସହ ପ୍ରବଳ ବର୍ଷା ହୋଇଥିଲା।ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରର ଦଧିନଉତି ଭାଙ୍ଗିବା ସହ ମନ୍ଦିର ର ଅନେକ ସ୍ଥାନ ରେ ଫାଟ ଦେଖାଦେଇଥିଲା। ମନ୍ଦିର ଭିତରେ ଥିବା ବିଦ୍ୟୁତ ତାର ସହିତ ବୈଦ୍ୟୁତିକ ଉପକରଣ ଗୁଡିକ ସମ୍ପୂର୍ଣ ପୋଡି ଜଳି ଯାଇଥିଲା।ବର୍ଷା କମିବା ପରେ ମନ୍ଦିର ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।


