ମହିଳାଙ୍କ ଆତ୍ମ ହତ୍ୟା ଉଦ୍ୟମ

ଚିକିଟି, (କୁରେଶୁ ସାହୁ):ଆଜି ଲାଲମେଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ପାରିବାରିକ ଅଶାନ୍ତ କୁ ନେଇ ଦେହରେ କିରସିନୀ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ଲଲମେଣ୍ଟା ଗ୍ରାମର ନାରାୟଣ ସାହୁ(୨୯)ସ୍ତ୍ରୀ ବନିତା ସାହୁ(୨୫)ପାରିବାରିକ ମନମାଳିନ୍ୟ ଯୋଗୁଁ ନିଜ ଘରେ ସ୍ୱାମୀ ଦାଣ୍ଡରେ ଥିବାବେଳେ ଘର ଭିତର କବାଟ ଦେଇ ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ।ତୁରନ୍ତ ସ୍ୱାମୀ କବାଟ ଖୋଲି ସ୍ତ୍ରୀ କୁ ଉଦ୍ଧାର କରି ଚିକିଟି ହସ୍ପିଟାଲକୁ ଆଣିଥିଲେ ଏଠି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକେଲ କୁ ସ୍ଥାନାନ୍ତରିତ କରାଯାଇଛି।ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସ୍ୱାମୀ କହିଛନ୍ତି l ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଥାନାରେ ଏ ନେଇ କୌଣସି ଅଭିଯୋଗ ପହଂଚି ନ ଥିବା କେ. ନୂଆଗାଁ ଥାନା ଅଧିକାରୀ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ