ବଜ୍ରାପାତରେ ଯୁବକର ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): କାଳ ବୈଶାଖୀ ପ୍ରଭାବରେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ । ପ୍ରକାଶ ଥାଉକି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଘିଆଟାଙ୍ଗର ଗଛକୁ ବ୍ୟାଙ୍କ ଆଉ ଇଣ୍ଡିଆ ଶାଖା ସମ୍ମୁଖସ୍ଥ ତପନ ଭାଇ ଦୋକାନ ପାଖରେ ଅପରାହ୍ନ ୨ ଘଟିକା ପାଖାପାଖି ସମୟରେ କାଳ ବୈଶାଖୀ ଯୋଗୁଁ ସେଠାରେ ମୁଣ୍ଡା କାଟି ଗାଁ ର ମେଘନାଦ ମୁର୍ମୁ ଛିଡ଼ା ହୋଇଥିବା ବେଳେ ଵର୍ଷା ,ଝଡ,ବିଜୁଳି ମାରିଥିଲା ।ବିଜୁଳି ଚଡ଼କ ଯୋଗୁଁ ସେଠାରେ ସେ ଟଳି ପଡ଼ିଥିଲେ ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ କଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ପୋଲିସ ହସ୍ତାନ୍ତର କରିଛି ।ଖବର ପାଇ ବ୍ଲକ ଅଧ୍ୟକ୍ଷ ନିମାଇଁ ମୁର୍ମୁ ଘଟଣାସ୍ଥଳରେ ପହଂଚି ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।ମେଘରାୟର ଦୁଇଟି ଛୋଟ ପିଲା ଅଛନ୍ତି ।