ବଞ୍ଚୋରେ ଦଧିବାବନ ଜୀୟୁଙ୍କ ଘୋଷଯାତ୍ରା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋରେ ମହା ସମାରୋହରେ ପବିତ୍ର ରଥାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଗତକାଲି ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ରଥରେ ଛେରାପହଁରା କରିଥିବାବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ । ଦୁଇବର୍ଷ ପରେ ଏହି ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ରଥଯାତ୍ରାରେ ସାମିଲ ହେବା ସହିତ ପ୍ରଭୂଦଧିବାବନଜୀୟୁଙ୍କୁ ରଥରେ ଦର୍ଶନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ଅଶୋକ ପୁହାଣ, ରତିକାନ୍ତ ରାଉତ, ପ୍ରାଣବଲ୍ଲବ ପାଢ଼ୀ, ଗୋଲେଖ ବିହାରୀ ନାୟକ, ଗୟାଧର ବେହେରା, ସନାତନ ଓଝା, ସୁଧାଶୁଂ ରାଉତ, ଶଶାଙ୍କ ଶେଖର ପୁହାଣ, ଛବିନ୍ଦ୍ର ନାୟକ, ରାଧାଗୋବିନ୍ଦ ଦାଶ, କିର୍ତ୍ତନ ବିହାରି ନାୟକ, ଅନାମ ଚରଣ ବରାଳ, ଗିରିଧାରି ପଟ୍ଟନାୟକ, କାଙ୍ଗାଳି ଚରଣ ବରାଳ, କମଳ ଲୋଚନ ବିଶ୍ୱାଳ, ଞାନ ରଞନ ସାମନ୍ତ ସିଂହାର, ବିକ୍ରମ କେଶରି ରାଉତଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।