ବଞ୍ଚୋରେ ରାମନବମୀ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବଞ୍ଚୋ ଗ୍ରାମରେ ରାମନବମୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଆଜି ସକାଳୁ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ପ୍ରଭୁଙ୍କ ନିକଟରେ ଷୋଡଷ ଉପଚାର ପୁଜା କରାଯିବା ସହିତ ରାମାଭିଷେକ କରାଯାଇଛି । ଦୁଇଦିନ ଧରି ଏହି ପୂଜାତ୍ସୋବରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ନିରୁପମା ରାଉତ, ବିଜୟ ରାଉତ, ଦମୟନ୍ତୀ ରାଉତ, ପ୍ରଶାନ୍ତ ରାଉତ, ଅଚୁ୍ୟତାନନ୍ଦ ବରାଳ, ଚନ୍ଦ୍ରଶେଖର ରାଉତ, ଗନ୍ଧର୍ବ ମହାନ୍ତି, ବୀରକିଶୋର ଦାସ, ଅନାଦି ବରାଳ, ଶମ୍ବାରୀପଦ୍ମା ନାୟକ ପ୍ରମୁଖ କର୍ତ୍ତା ଭାବେ ପଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ଶତୃଘ୍ନ ପତି, ଆନନ୍ଦ ଦାଶ, ନନ୍ଦ କିଶୋର ଦାଶ, ଅକ୍ଷୟ ପଣ୍ଡା, ସନାତନ ପଣ୍ଡା, ବିରବର ପାଢ଼ୀ, ଶ୍ରୀଧର ପାଢ଼ୀ ପ୍ରମୁଖ ସମସ୍ତ ରିତୀନୀତି ମତେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିବା ସହିତ ଆସନ୍ତା କାଲି ମା ବରାହୀଙ୍କ ନିକଟରେ ଦଶମୀ ପୂଜା କରାଯାଇ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ମାର୍କଣ୍ଡ ଚରଣ ଓଝା, ସନାତନ ଓଝା, ରତ୍ନାକର ଓଝା, ସରପଞ୍ଚ ପ୍ରଶାନ୍ତ ରାଉତ, ସୁଧାଶୁଂ ରାଉତ, ଗିରିଧାରୀ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, କିର୍ତ୍ତନ ବିହାରୀ ନାୟକ, ଛବିନ୍ଦ୍ର କୁମାର ନାୟକ, ଚିନ୍ତାମଣୀ ରାଉତ, ଶଶାଙ୍କ ଶେଖର ପୁହାଣ, ମୁକେଶ ରାଉତ, ନକୁଳ ଚରଣ ରାଉତ, ବ୍ରଜ କିଶୋର ଜେନା, ବିକ୍ରମ ରାୟ ସର୍ଦ୍ଦାର, ବିଦ୍ୟାଧର ତରେଇ ପ୍ରମୁଖ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏଥିପାଇଁ ଆଜି ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଶହଶହ ଭକ୍ତ ଠାକୁରଙ୍କ ଦର୍ଶନ କରିବା ସହିତ ନିଜ ନିଜର ମାନସିକ ପୂଜା କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ