ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବି

ଆନନ୍ଦପୁର, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ବିକାଶ ପରିଷଦ ପକ୍ଷରୁ ୨୭ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ୩୦ତାରିଖ ଗୁରୁବାର ଚତୁର୍ଥ ଦିନରେ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି । ଗୁରୁବାର ଦିନ ପ୍ରେସ ପରିଷଦର ସଭାପତି ନିରାକାର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ଧାରଣାରେ ସମ୍ପାଦକ ହରେକୃଷ୍ଣ ପାତ୍ର, ସଦସ୍ୟ ପ୍ରଫୁଲ୍ଲ ମହାନ୍ତି, ମକରଧ୍ୱଜ ସାହୁ, ରତିକାନ୍ତ ସାହୁ, କିରଣ ପାଢ଼ୀ, ଗଦାଧର ମିଶ୍ର, ଗଣେଶ୍ୱର ମହାନ୍ତି, ସୋମନାଥ ମିଶ୍ର, ରଣଜିତ୍ ରଣା, ଶ୍ରୀନିବାସ ମିଶ୍ର, ସତ୍ୟରଂଜନ ଦାଶ, ପଦ୍ମନାଭ ସାହୁ, ମନମୋହନ ନାୟକ, ସୌମେଶ ପରିଡ଼ା, ଦେବେନ୍ଦ୍ର ସ୍ୱାଇଁ, ସୁଦାମ ଚରଣ ମଙ୍ଗଳ, ମମତାରାଣୀ ଜେନାଙ୍କ ସହ ବରିଷ୍ଠ ସାମ୍ବାଦିକ ଲୋକନାଥ ସିଂ (ମୁନା), ଭାଜପା ନେତା ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଟୁକୁନା ମହାନ୍ତ, ବରିଷ୍ଠ ନାଗରିକ ଗଗନ ସିଂ, ମୁରଲୀଧର ମିଶ୍ର, ରବୀନ୍ଦ୍ର କୁମାର ଚାନ୍ଦ ପ୍ରମୁଖ ବସି ରହିଥିବା ବେଳେ ସ୍ୱେଚ୍ଛାସେବୀ ଜ୍ୟୋତିରଂଜନ ଜେନା, ଭାଗିରଥି ଦାଶ, ଲଳିତ କୁମାର ଚାନ୍ଦ, ଅଜୟ କୁମାର ଘୋଷ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଇ-ମେଲ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ