ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବଞ୍ଚୋ ସରସ୍ୱତୀ ଶିଶୁମନ୍ଦିରର ନବମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ୨୦୨୨/୨୩ ଉଦଯାପିତ ହୋଇଯାଇଛି । ଶିଶୁମନ୍ଦିରର ସଭାପତି ସଭାପତି ଚିନ୍‌ତାମଣୀ ରାଉତ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପୁର୍ବତନ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ସଭାପତି ଦୟାନିଧି ରାଉତ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ କ୍ରୀଡାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିଶୁବର୍ଗରେ ୧୦୦ମିଟର, ୨୦୦ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଗଣିତ ଦୌଡ, ଦଉଡି ଡିଆଁ ଆଦି ପ୍ରତିଯୋଗୀତା କରାଯାଇଥିଲା । ବିଦ୍ୟାଳୟର ଗୁରୁଜୀ କାଙ୍ଗାଳୀ ଚରଣ ମହାନ୍ତି, ଅନାମ ଚରଣ ରାଉତ, ବାମନ ଚରଣ ନାୟକ, ବିଜୟ କମାର ସାହୁ, ଗୁରୁମା ନର୍ମଦା ମଲ୍ଲିକ, ଜଲି ସା, ହେଲେନା ନାହାକ, ରଶ୍ମୀରୀତା ରଣା, ବିଦ୍ୟୁତପ୍ରଭା ନାୟକ, ସୌଦାମିନୀ ଜେନା ପ୍ରମୁଖ ଏହି ବାର୍ଷିକ କ୍ରୀଡାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ