ବଡକୋଦଣ୍ଡାରେ ହରିକଥାମୃତ ପ୍ରବଚନ କାର୍ୟ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ବ୍ଲକସ୍ଥିତ ବଡ କୋଦଣ୍ଡା ଗ୍ରାମରେ ତିନି ଦିନ ବ୍ୟାପୀ ଭୂବନେଶ୍ୱର ଶାଖା ଭକ୍ତଙ୍କ ଦ୍ୱାରା ହରିକଥା ମୃତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହରି ପ୍ରଭୁଜୀଙ୍କ ଦ୍ୱାରା ସାମ୍ପ୍ରତିକ ପରିସ୍ଥିତି ରେ ମନୁଷ୍ୟର ପରମ କର୍ତ୍ତବ୍ୟ ଓ ସନାତନ ହିନ୍ଦୁ ଧର୍ମର ମୈାଳିକତା ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା । ହରିନାମ କିର୍ତ୍ତନ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ଆଧୁନିକ ସମାଜରେ ନୈତିକତା ମୁଲ୍ୟବୋଧ ଉପରେ ଗୁରୁତ୍ୱ ନିଆଯାଇଥିଲା ।ଆଧୁନିକ ସମାଜରେ ପ୍ରବଚନର ଆବଶ୍ୟକତା ରହିଛି । ଆୟୋଜନ କରିବା ଯୁବକ ସଂଗଠନ ମାନଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କୃର୍ଷ୍ଣଚନ୍ଦ୍ର ସାହୁ ,ଜଗନ୍ନାଥ ମହାରଣା ,ସତ୍ୟନାରାୟଣ ଦାଶ ,ତ୍ରିନାଥ ବେହେରା , ଶିବ ଶଙ୍କର ପଣ୍ଡା , ଜିତେନ୍ଦ୍ର କୁମାର ବେହେରା ,ରଙ୍କନିଧି ସ୍ୱାଇଁ , ସନ୍ତୋଷ କୁମାର ପାଢୀ, ଚିରଞ୍ଜିବି ପାଢୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।