ବଡକୋଦଣ୍ଡା ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏ ଠାରୁ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ସଭାପତିତ୍ୱ କରି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧକ୍ଷ ଡ. ଜୟରାମ ସେନାପତି, ସମ୍ମାନିତ ଅତିଥିଭାବେ ଅଲୋଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ରାଜକୁମାର ସାହୁ, ରୋଟାରୀ କ୍ଲବ ସଭାପତି ମଧୁସୂଦନ ମହାପାତ୍ର,ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବlଡ଼ତ୍ୟା, ଦିଲ୍ଲୀପ କୁମାର ସ୍ୱାଇଁ, ବାସନ୍ତୀ ପାଣିଗ୍ରାହୀ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ର ଆବଶ୍ୟକତା ସହ ଛାତ୍ରଛାତ୍ରୀଙ୍କ ଲୁକାୟିତ ପ୍ରତିଭାର ବିକାଶ ଦିଗରେ ଏହା ଯେ ଏକ ସୁନ୍ଦର ମଞ୍ଚ ବୋଲି ବକ୍ତବ୍ୟ ରଖିଥିଲେ l ପ୍ରଧାନଶିକ୍ଷକ ସନ୍ତୋଷ ଜେନା କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ଏହି ଅବସରରେ ପ୍ରାକ୍ତନ ରୋଟାରୀ କ୍ଲବ ସଭାପତି ଭି. ଦେବୀ ପ୍ରସାଦ ପlତ୍ରଙ୍କ ପିତା ସ୍ବର୍ଗତ ବାସୁଦେବ ପାତ୍ର ଙ୍କ ସ୍ମୃତି ଉଦେଶ୍ୟରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଦୁଇଜଣ ଛାତ୍ର, ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅବସର ନେଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବାହାନ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହିଅବସରରେ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା l ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥିଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ, ସମାଜସେବୀ ଶୂଳପାଣି ଶତପଥି, ବରିଷ୍ଠ ଶିକ୍ଷକ ଗୌରୀନନ୍ଦନ ହୋତା, ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା ଯୋଗଦେଇ ଛାତ୍ର, ଛlତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ସହଯୋଗ କରିଥିବାବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଅଭିଭାବକ, ଗ୍ରାମବାସୀ, ପୁରାତନ ଛାତ୍ର ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା, ସlଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା, ରଶ୍ମିତା ସାହୁ, ଅନିମା ମିଶ୍ର, ପୁଷ୍ପାଞ୍ଜଳି ସ୍ୱାଇଁ, ରାଜଲଷ୍ମୀ ସାହୁ, ରାଜଶ୍ରୀ ପଟ୍ଟନାୟକ, ସି .ଆର୍. ସି .ସି ମୋହନ ସାହୁ, ନୀଳାଞ୍ଚଳ ପ୍ରଧାନ, ସୁଜାତା ଦାସ, ନିର୍ମଳ ସ୍ୱାଇଁ, ପୁଷ୍ପାଞ୍ଜଳି ନାୟକ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ