ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଯାମଦା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଯୋଗ୍ଯ ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦେବା ଦାବିରେ ଯାମଦା ବ୍ଳକ ବିଜେପି ତରଫରୁ ବରିଷ୍ଠ ବିଜେପି ନେତା ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ବିଜୁ ଗୋପାଲ ଗୋପଙ୍କ ବଳିଷ୍ଠ ନେତୃତ୍ବରେ ବ୍ଳକ ଘେରାଉ କରାଯିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ଅବସରରେ ଶହ ଶହ ଦଳୀୟ କର୍ମୀ ଓ ଆବାସରୁ ବଂଚିତ ଯୋଗ୍ୟ ହିତାଧିକାରୀ ସ୍ଥାନୀୟ ସୁନାରାମ ସୋରେନଙ୍କ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଯାମଦା ବ୍ଳକ ପର୍ଯ୍ୟବେକ୍ଷକ ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର ,ପ୍ରାକ୍ତନ ଯାମଦା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ଆଳଦା,ବିଶିଷ୍ଟ ବିଜେପି ନେତା ବିର୍ସା କାଣ୍ଡେକାଲ,ଵିଜୁ ଗୋପାଲ ଗୋପ ପ୍ରମୁଖ ସରକାରୀ ଦଳର ରାଜନୈତିକ ହୀନମନ୍ୟତା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ତିବ୍ର ସମାଲୋଚନା କରିଥିଲେ । ସେହିପରି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଦଳୀୟ ଭିତିରରେ ଏବଂ କର୍ମଚାରୀଙ୍କ ପେଟ ଗରମ କରୁଥିବା ଲୋକଙ୍କ ଚୟନ କରାଯାଇଛି ବୋଲି ଅଭିଯୋଗ କରିଏ । ଯଶ୍ବଷୀ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ସମସ୍ତଙ୍କ ପାଇଁ ଛାତ ଘର ବାସ୍ତବ କଳ୍ପନା ଭୁଷୁଡି ଯାଇଛି ।ଥିଲା ବାଲାଙ୍କୁ ଘର ।ଗରୀବ ହେଉଛନ୍ତି ସାତ ପର ।ତେଣୁ ଆଜିର କାର୍ଯ୍ୟକ୍ରମରେ ୧୦ ଟି ପଞ୍ଚାୟତର ଶତାଧିକ ଯୋଗ୍ଯ ହିତାଧିକାରୀ ମାନେ ଆବାସ ପାଇଁ ଫର୍ମ ପୂରଣ କରି ଏବିଡିଓଙ୍କୁ ଦେବା ସହ ପ୍ରକୃତ ହିତାଧିକାରୀଙ୍କୁ ଗ୍ରାମ ସଭା ଜରିଆରେ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ ।ଯଦି ସରକାର ଅଣଦେଖା କରନ୍ତି ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଥିଲେ । କାର୍ଯ୍ୟକ୍ରମରେ ଏମ ବି ଆକବର,ଅନମୋଲ୍ ସକ୍,ସାଂସଦ ପ୍ରତିନିଧିତ୍ଵ ସାମନ୍ତ ଗିରି,ଲକ୍ଷ୍ମଣମାର୍ଣ୍ଡୀ,ରେସମା ବିବିମଧୁସୂଦନ ଟୁଡୁ,କିଣାରାମ ବିରୁଆ ପ୍ରମୁଖ ନେତୃତ୍ବ ନେବା ସହ ପରିଚାଳନାରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ