ବଡଦିନରେ ବିଧାୟକ ପ୍ରାର୍ଥୀଙ୍କ ସହାୟତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଭଗବାନ ଯୀଶୁଙ୍କ ଜନ୍ମ ଜୟନ୍ତୀକୁ ସାରା ଦେଶରେ ବଡଦିନ ଭାବେ ପାଳନ କରାଯାଉଛି। ଏହି ଅବସରରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ବଡଦିନ ପାଳନ ଅବସରରେ ବୁଧବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ସେହି ଅଞ୍ଚଳରେ ବସବାସ କରୁଥିବା ଖ୍ରୀଷ୍ଟ ଧର୍ମାବଲାମ୍ବୀ ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ପରେ ସେମାନଙ୍କୁ ବଡଦିନ ପାଳନ ଅବସରରେ ମିଷ୍ଟାନ୍ନ ବଣ୍ଟନ କରିବା ସହ ଚାଉଳ, ଡାଲି ଓ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଆଗାମୀ ଦିନରେ ସେମାନଙ୍କ ସମସ୍ତ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରଜନୀକାନ୍ତ ପାଢିଙ୍କ ସହ ହିଞ୍ଜିଳିକାଟୁ ନଗର କଂଗ୍ରେସ ପୂର୍ବତନ ସଭାପତି ସୁନାରାମ ସାବତ ଓ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ