ବଡନାଇଁପୁର ଶିରିଡି ସାଇ ବାବାଙ୍କ ଚଭାଡି ଯାତ୍ରା ଶେଷ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ବଡନାଇଁପୁର ଗ୍ରାମାରେ ପ୍ରତିଷ୍ଠିତ ହୋଇଥିବା ଶିରିଡି ସାଇବାବାଙ୍କ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଙ୍କୁରାରୋପଣ, କଳସଯାତ୍ରା ଓ ଯଜ୍ଞ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ବାବାଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଶେଷରେ ବାବାଙ୍କ ଚଭାଡି ଯାତ୍ରା ବାହାରି ଗୋପ, ବଗଡା, ବଡନାଇଁପୁର, ଭୂଇଁପୁର ପ୍ରଭୃତି ଗ୍ରାମ ପରିକ୍ରମା କରିବା ବେଳେ ସେଠାରେ ବାବାଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା । ଶିରିଡି ସାଇବାବାଙ୍କ ଏହି କାର୍ଯ୍ୟକ୍ରମକୁ ସମୀର ଟିଭିଏସର ପ୍ରୋପାଇଟର ସମୀର କୁମାର ଚାନ୍ଦଙ୍କ ନେତୃତ୍ୱରେ ସୈାଭାଗ୍ୟରଞ୍ଜନ ସାହା, ଅନିଜା ଜେନା, ନାରାୟଣ ପଣ୍ଡା, ସୋନାଲି ଦାସ, ଲକ୍ଷ୍ମୀକାନ୍ତ ବେହାରାଙ୍କ ସମେତ ସମସ୍ତ କର୍ମଚାରୀ ଓ ସାଇଭକ୍ତମାନେ ସହଯୋଗ କରି ସଫଳତାର ସହିତ ସମାପନ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ପ୍ରୋପାଇଟର ଶ୍ରୀ ଚାନ୍ଦ କୃତଜ୍ଞତା ଅର୍ପଣ କରିଛନ୍ତି ।


