ବଡରମ୍ପାସରେ ରାବଣପୋଡି ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ ) : ବଡରମ୍ପାସ ଠାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଉପାଧକ୍ଷ ରତିକାନ୍ତ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ହାଟଡିହି ପଞ୍ଚାୟତର ସରପଞ୍ଚ ତଥା ଯୁବ ବିଜେତି ସଭାପତି ଚିନ୍ମୟ ନାୟକ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟା ବାବନ ସେଠୀ , ବିଜେଡି ବ୍ଲକ ଉପସଭାପତି ବଳରାମ ସାହୁ, ବଡରମ୍ପାସ ସେବା ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ପଞ୍ଚାୟତ ବିଜେଡି ସଭାପତି ବଳରାମ ସାହୁ, ବିଜେଡି ନେତା ସୁରେନ୍ଦ୍ର କାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ହେଉଛି ଅସତ୍ୟ ଉପରେ ସତ୍ୟର ଜୟ, ଏଣୁ ଲୋକମାନେ ମନ ଭିତରେ ଥିବା ଗର୍ବ, ହିଂସା, କ୍ରୋଧକୁ ଦୁରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମତ ରଖିଥିଲେ । ବିଧାୟକ ଶ୍ରୀ ସେଠୀ ରାବଣ ପ୍ରତିମୃତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କୃତି ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା । ରାବଣପୋଡି ଉତ୍ସବ ଦେଖିବାକୁ ଦଶ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ