ନିର୍ବାଚନୀ ବିଗୁଲ ବଜାଇଲା ବିଜେଡି

ହାଟଡିହି, (ବିକାଶ ବିଶ୍ୱାଳ ) :ବିଜେଡି ପ୍ରତିଷ୍କଠା ଦିବସ ଅବସରରେ ଆଗାମି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାରମ୍ଭିକ ବିଗୁଲ ବଜାଇଛି ବିଜେଡି । ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ହାଟଡିହି ବ୍ଲକ ଢ଼େଙ୍କା କାଳୀ ପଡିଆ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ନବୀନ ବାବୁ ଙ୍କ ବିଜେଡି ସରକାର ରାଜ୍ୟରେ ସୁଶାସନ ଚଳାଇ ସାଧାରଣ ଲୋକଙ୍କ ଦରଦୀବନ୍ଧୁ ସାଜିଛନ୍ତି । ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଜନହୀତକର ଯୋଜନାମାନ ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରି ଲୋକଙ୍କ ହୃଦୟକୁ ଜୟ କରିପାରିଥିବାବେଳେ ବିରୋଧି ମାନେ ଏହାକୁ ସହ୍ୟ କରିପାରୁ ନାହାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ଆଗାମି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମସ୍ତ ଜିଲ୍ଲାପରିଷଦ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୁର୍ବତନ ବିଧାୟକ ମାୟାଧର ଜେନା ଯୋଗଦେଇ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ସମ୍ପର୍କରେ ମତବ୍ୟକ୍ତ କରିବାସହ ଆଗାମି ନିର୍ବାଚନରେ ଶୃଙ୍ଖଳିତ ଭାବେ କାର୍ଯ୍ୟକରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ନବୀନ ବାବୁଙ୍କ ନୀତି ଆଦର୍ଶକୁ ଆପଣେଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନନ୍ଦପୁର ନଗର ସଭାପତି ସୁଶିଲ କୁମାର ହୋତା, ଆନନ୍ଦପୁର ବ୍ଲକ ସଭାପତି ଗିରିଧାରୀ ମହାନ୍ତ, ଜିଲ୍ଲା ବିଜେଡି ସମ୍ପାଦକ ମନୋରଞ୍ଜନ ସାହୁ, ରାଜ୍ୟ ବିଜେଡି ସମ୍ପାଦକ ଅମରେନ୍ଦ୍ର ଧଳ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବିଜେଡି ନେତା ବିଜୟ କୁମାର ରାଉତ, ଶାନ୍ତନୁ କୁମାର ସେଠୀ, ରବିନ୍ଦ୍ର କୁମାର ସାହୁ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ପୁର୍ବତନ ବ୍ଲକ ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ଅଲେଖ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିଜେଡିର ନୀତି ଆଦର୍ଶ ଉପରେ ଆଲୋକପାତ କରିବା ସହିତ ଆଗାମି ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ଆଣିଦେବାପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଢ଼େଙ୍କା ପଞ୍ଚାୟତର ବରିଷ୍ଠ ବିଜେଡି ନେତା ମନୋଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀରଞ୍ଜନ ଦାସ, ତାରିଣୀ ସେନାପତି, ବରିଷ୍ଠ ବିଜେଡି ନେତା ବିରେନ୍ଦ୍ର କୁମାର ବିଶ୍ୱାଳ, ଚିନୁ ପେଡା, ବୈଦ୍ୟନାଥ ସାମଲ, ଯୋଗେନ୍ଦ୍ର ବେହେରା, ଅରୁଣ କୁମାର ପ୍ରଧାନ, ଅଭିମନ୍ୟୁ ସେଠୀ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ବଳରାମ ସାହୁ, ରତ୍ନାକର ବିଶ୍ୱାଳ, ଗୋପାଳ ନାୟକ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ, ଶତୃଘ୍ନ ପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ବସନ୍ତ ପଢ଼ିଆରୀ, ବିଶ୍ୱନାଥ ଖଟୁଆ, ରାଜେନ୍ଦ୍ର ପାତ୍ର, ଗୌରାଙ୍ଗ ରଣା, ଫେତୁ ପଣ୍ଡାଙ୍କ ସମେତ ହଜାର ହଜାର ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ