ବଡସାହି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାକୁ ଉଦବୋଧନ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ ): ବିଜେପି ପକ୍ଷରୁ ବଡସାହି ନିର୍ବାଚନ ମଣ୍ଡଳୀରେ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ନେତା ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ସନାତନ ବାରିକ ଯୋଗଦାନ କରିଥିଲେ । ଉକ୍ତ ସଭାରେ ମୋଦି ସରକାରଙ୍କର ୫ ବର୍ଷର ସଫଳତା ଏବଂ ଜନସାଧାରଣଙ୍କ ପ୍ରଗତିର ଯୋଜନା ଗୁଡିକ ବିସୃତ ଭାବେ ବଖାଣିଥିଲେ । ରାଜ୍ୟ ସରକାରଙ୍କ ୧୯ ବର୍ଷର କୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ବିଷୋଦଗାର କରାଯାଇଥିଲା । ବିଜେପି କ୍ଷମତାକୁ ଆସିଲେ ଜନସାଧାରଣଙ୍କର ମୌଳିକ ଅଧିକାର, ଦୁର୍ନୀତି ଓ ଭ୍ରଷ୍ଟାଚାର ହଟେଇବା ଏବଂ ସାମାଜିକ ନ୍ୟାୟକୁ ସମ୍ମାନ ଦେବା ସହ ଦେଶକୁ ଏକ ଜନମଙ୍ଗଳ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ । ଉକ୍ତ ସଭାରେ ବିଜେପିର ହଜାର ହଜାର କର୍ମୀ ଓ ଜନ ସାଧାରଣ ଉପସ୍ଥିତ ରହି ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରେ ଜୟଯୁକ୍ତ କରାଇବା ପାଇଁ ସଂକଳ୍ପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ