ବଡ଼ ଭାଇକୁ ହତ୍ୟା ଘଟଣାରେ ସାନ ଭାଇକୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଚର୍ଚ୍ଚିତ ଚିନ୍ତାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ l ଏହି ମାମଲାରେ ସମ୍ପୃକ୍ତ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଗଜପତି ଜିଲ୍ଲା ତଥା ଦୌରାଜଜ କୋର୍ଟ l ୨୦୧୯ ମସିହା ଜୁନ ୨୧ ତାରିଖରେ ନିଜ ଭାଇକୁ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ l ଏହି ଘଟଣାରେ ଗଜପତି ଜିଲ୍ଲା ତଥା ଦୌରାଜଜ କୋର୍ଟ ମାମଲାରେ ଶୁଣାଣି କରି ରାୟ ଶୁଣାଣି କରିଛନ୍ତି l ଗଜପତି ଜିଲ୍ଲା ତଥା ଦୌରାଜଜ ପ୍ରତାପ କୁମାର ରାଉତ ଏହାର ରାୟ ପ୍ରକାଶ କରି ଦୋଷୀକୁ ଦଣ୍ଡାଦେଶ ଦେଇଛନ୍ତି l ଅନ୍ୟାନ୍ୟ ଅପରାଧ ପାଇଁ ଆଠ ବର୍ଷ କାରାଦଣ୍ଡ ଓ ୨୧ ହଜାର ଟଙ୍କା ଜୋରିମାନା ପାଇଁ କୋର୍ଟ ନିର୍ଦେଶଦେଇଛନ୍ତି lସୂଚନା ପ୍ରକାରେ, ଗଜପତି ଜିଲ୍ଲା ଗୋଷlଣୀ ବ୍ଲକ ଗୁରଣ୍ଡି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମରେ ୨୦୧୯ ମସିହା ଜୁନ ୨୧ ତାରିଖରେ ଏହି ଘଟଣା ଘଟିଥିଲା l ତର୍କେଶ୍ୱର ବେହେରା ନିଜର ବଡ ଭାଇ ସନ୍ତୋଷ ବେହେରାଙ୍କ ସଙ୍ଗେ କିଛି ପୂର୍ବ ଶତ୍ରୁତାକୁ ନେଇ ଗାଳି ଗୁଲଜ କରିବା ସହ ହାତାହାତି ହେଇଥିଲା l ଏହା ପରେ ସେ ନିଜ ଘରୁ ଏକ ଟାଙ୍ଗିଆ ଆଣି ଗାଁ ଦଣ୍ଡରେ ଗୋଡ଼ାଇ ସନ୍ତୋଷ ବେକରେ ଚୋଟ ପକାଇଥିଲା l ଏହି ସମୟରେ ସନ୍ତୋଷଙ୍କ ସ୍ତ୍ରୀ ନିଜ ସ୍ୱାମୀକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସନ୍ତୋଷ ବେକରେ ଚୋଟ ପକାଇଥିଲା. ଏହି ସମୟରେ ସନ୍ତୋଷଙ୍କ ସ୍ତ୍ରୀ ନିଜ ସ୍ୱାମୀକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ. କିନ୍ତ ସେତିକିବେଳେ ତର୍କେଶ୍ୱର ତାଙ୍କୁ ମଧ୍ୟ ଟାଙ୍ଗିଆ ସାହାର୍ଯ୍ୟରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା. ତେବେ କୌଣସି ମତେ ସନ୍ତୋଷ ନିଜ ପ୍ରାଣ ବଞ୍ଚାଇ ଚାଲି ଆସିଥିଲେ. ମାତ୍ର ପୁଣି ଥରେ ହତ୍ୟାକାରୀ ସନ୍ତୋଷଙ୍କ ମୁଣ୍ଡରେ ଆଘାତ ଦେଇଥିଲା. ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା. ସ୍ୱାମୀଙ୍କୁ ହତ୍ୟା କରାଯିବା ନେଇ ପତ୍ନୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ. ଏହାକୁ ଆଧାର କରି ପୋଲିସ ଅପରାଧୀକୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲା. ଅଦାଲତରେ ସରକାରଙ୍କ ତରଫରୁ ୧୬ ଗୋଟି ସାକ୍ଷ୍ୟ ପ୍ରମାଣ, ଜବତ ହୋଇଥିବା ଟାଙ୍ଗିଆ, ଅନ୍ୟାନ ଜିନିଷ ସାକ୍ଷ ଓ ଦଲିଲକୁ ବିଚାରକୁ ନେଇ ଅପରାଧୀ ତର୍କେଶ୍ୱରକୁ ଏହି ରାୟ ଶୁଣାଇଛନ୍ତି. ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅଦାଲତ ଡ଼ିଏଲଏସଏ ଗଜପତିକୁ ନିର୍ଦେଶ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ