ବଡ ଏକାଦଶୀ ରେ ବିଶେଷ କାର୍ଯ୍ୟକ୍ରମ
(ଯୁଗାବ୍ଦ ନ୍ୟୁଜ) ସ୍ଥାନୀୟ ଗୋକୁଳଧାମ ରେ ସନ୍ଧ୍ୟାରେ ମଙ୍ଗଳା ଆରତୀ ପୂଜା ପରେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ମହାମନ୍ତ୍ର,କୀର୍ତ୍ତନ,ଭଜନ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୂଜାରୀ ଶ୍ରୀ ପ୍ରଦୀପ ପାତ୍ର ଓ ବିକ୍ରମ ପଣ୍ଡା ବିଷ୍ଣୁ ସହସ୍ର ନାମ ଓ ଭାଗବତ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶହଦେବ ପାତ୍ର , କେଦାର ଚୈଧୁରୀ ,ଡିଲୁ ସାବତ ,ଅଜୟ ପ୍ରଧାନ ,ମାଧବ ଜେନା ,ରଘୁନାଥ ପାତ୍ର ,ନବୀନ ଶତପଥି ଙ୍କ ସମେତ ବହୁ ଭକ୍ତ ସମାଗମ ହୋଇଥିଲା ।


