ସାମୁଦ୍ରିକ ବାତ୍ୟା “ବୁଲୁବୁଲ’ ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ !
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା “ବୁଲୁବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି । ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା “ବୁଲୁବୁଲ’ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।
ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲାମିଟର ଦୂରରେ ରହିଛି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡର ଦକ୍ଷିଣରେ ୫୮୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୭୦ କିମି ଦୂରରେ ରହିଛି । ୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ । ବାତ୍ୟା ପ୍ରଭାବରେ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲା ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।


