ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ମୃତ
କୁଚିଣ୍ଡା (ଯୁଗାଦ୍ଧ ନ୍ୟୁଜ), ମହୁଲପାଲି ଥାନା ବାଉରୀଗୋଡା ପଞ୍ଚାୟତ କୁର୍ମୀମୁଣ୍ଡା ଗ୍ରାମରେ ଗୁରୁବାର ରାତିରେ ଘରୋଇ କଲହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ସଂଘଟିତ ହୋଇଯାଇଛି। ବାଡ ଦେବାକୁ ନେଇ ଭାଇ ଭାଇ ମଧ୍ୟରେ କଲହ ହୋଇ ବଡ଼ ଭାଇର ଠୋଙ୍ଗା ମାଡ଼ରେ ସାନଭାଇ ର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, କୁର୍ମୀମୁଣ୍ଡା ଗ୍ରାମର ପ୍ରଦୀପ ବାଘ ଓ ସରଦାର ବାଘ ମଧ୍ୟରେ ଘର ଡିହରେ ବାଡ ଦେବାକୁ ନେଇ ଗୁରୁବାର ରାତିରେ କଲହ ହୋଇଥିଲା। ଏଥିରେ ବଡ଼ ଭାଇ ସରଦାର ବାଘ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସାନଭାଇ ପ୍ରଦୀପ ବାଘକୁ ଆକ୍ରମଣ କରିଥିଲା।ଏଥିରେ ପ୍ରଦୀପ ର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପ୍ରଦୀପ ର ସ୍ତ୍ରୀ ଛଡାଇବା ସମୟରେ ତାଙ୍କର ମୁଣ୍ଡରେ ମଧ୍ୟ ସରଦାର ଠେଙ୍ଗାରେ ଆକ୍ରମଣ କରିଥିଲା। ଉଭୟ ପତିପତ୍ନୀ ଚେତାସୂନ୍ୟ ହୋଇ ପଡିଥିଲେ । ଭୋର ପ୍ରାୟ ୪ଟା ସମୟରେ ପ୍ରଦୀପ (୨୫) ଙ୍କର ମୃତ୍ୟ ଘଟିଛି। ଘଟଣାସ୍ଥଳରେ ମହୁଲପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା ପଠାଇଛି। ପ୍ରଦୀପର ସ୍ତ୍ରୀ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ବଡଭାଇ ସରଦାର ବାଘକୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି ।