ବଢିଲା ଗ୍ୟାସ ଦର
ନୂଆଦିଲ୍ଲୀ- ବୁଧବାରଠାରୁ ରନ୍ଧନ ଗ୍ୟାସ୍ ଦାମ୍ ୧୯ ଟଙ୍କା ବଢ଼ିଛି ଏହା ସହିତ ଦିଲ୍ଲୀରେ ଅଣ-ସବସିଡ୍ ଯୁକ୍ତ ଗ୍ୟାସ୍ ସିଲିଣ୍ଡର ଦାମ୍ ୭୧୪ ଟଙ୍କା ହୋଇଛି। ଗତ ଡିସେମ୍ବରରେ ଏହାର ଦାମ୍ ୬୯୫ ଟଙ୍କା ଥିଲା। ତେବେ ତୈଳ କମ୍ପାନୀଗୁଡ଼ିକ ରେଟ୍ ରିଭିଜନ୍ ଦ୍ୱାରା ନୂଆ ଦାମ୍ ସ୍ଥିର କରିଛନ୍ତି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୯ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୧୨୪୧ ଟଙ୍କାରେ ପହଞ୍ଚିଛି।


