ବଣିଆପଙ୍କରେ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଉଥିବା ବେଳେ ଆଜି ବଣିଆପଙ୍କ ଗାଁରେ ଭିନ୍ନକ୍ଷମ, ଅସହାୟ ଓ ଗରିବ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ସାହୁ, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର କୁମାର ବେହେରା, ରବିନ୍ଦ୍ର କୁମାର ବେହେରା, ଶ୍ରୀକାନ୍ତ ବେହେରା, ବିଚିତ୍ର ଦାସ, କେଶବ ଚନ୍ଦ୍ର ବେହେରା, ଅନିଲ କୁମାର ସାହୁ, ରବିନ୍ଦ୍ର ଡାକୁଆ ଏବଂ ସମସ୍ତ ୱାର୍ଡସଭ୍ୟ ମାନେ ଉପସ୍ଥିତ ରହି ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ ବୋଲି ସଚେତନ କରାଇବା ସହିତ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ସବୁବେଳେ ହାତ ଧୋଇବାପାଇଁ ସାବୁନ ଆଦି ବଣ୍ଟନ କରିଥିଲେ । ସେହିପରି ଗରିବ ଭିନ୍ନକ୍ଷମ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟମାନ ବଣ୍ଟନ କରିଥିଲେ । ଏସିବି ଫାଉଣ୍ଡେସନର ଏପରି ମହତ କାର୍ଯ୍ୟକୁ ସମଗ୍ର ଅଞ୍ଚଳରେ ଭୂୟସୀ ପ୍ରସଂଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ