ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ଖଇରପୁଟର ମୁଦୁଲିପଡା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷାରେ ମାନ୍ୟବର ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା। ଏହି ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି କହିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିବା ସହ ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସହ ଆଲୋଚନା କରିଥିଲେ। ନିଜ ଆକାଉଣ୍ଟ ଥିବ ବ୍ୟାଙ୍କକୁ ଯାଇ ଆଧାର ସଂଯୋଗିକରଣ କରିବା ପାଇଁ ବୁଝାଇଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସୁଭଦ୍ରା ଯୋଜନାରେ ଏହି ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହ କିପରି ତାହାର ଲାଭ ଉଠାଈ ପାରିବେ ସେଥି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଖଳ ପ୍ରକୃତି ଲୋକ ଯେପରି ଏହାର ଫାଇଦା ନ ନିଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ।