ବଦତଣ୍ଡା ଗ୍ରାମର ପୋଡିଯାଇଥିବା ପତି ଓ ପତ୍ନୀ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ଗତ ପାଞ୍ଚ ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ବଡତଣ୍ତା ଗ୍ରାମରେ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ପତ୍ନୀ ପଦ୍ମାବତି ଜାନିଙ୍କ ଲୁଗାରେ ନିଆଁ ଲାଗିଯାଇଥିବା ବେଳେ ପତି ରାଜ କୁମାର ଜାନି ରକ୍ଷା କରିବାକୁ ଯାଇ ତାଙ୍କ ଲୁଗାରେ ମଧ୍ୟ ନିଆଁ ଲାଗି ଦୁହେଁ ପୋଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାସ୍ସ ସାହାଯ୍ଯରେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆହତ ପତି ଓ ପତ୍ନୀ ଦୁଇ ଜଣଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁରରୁ କଟକ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଅର୍ଥାଭାବରୁ ସେ ଦୁହେଁ ଗ୍ରାମକୁ ଫେରି ଆସିଥିଲେ। କରଚୁଲି ସରପଞ୍ଚ ଜାଣିବା ପରେ ବଡତଣ୍ତା ଗ୍ରାମରେ ପହଞ୍ଚି ଉଭୟ ଆହତ ପତି ଓ ପତ୍ନୀ ଙ୍କୁ କଟକ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ସେପ୍ଟେମ୍ବର ୧୭ ତାରିଖ ଦିନ ମୃତ୍ୟୁ ଘଟିଥିବା ଜଣାପଡିଛି। ପଦ୍ମାବତୀ ଜାନୀ ଓ ରାଜ କୁମାର ଜାନୀଙ୍କ ମୃତ୍ୟୁ ଖବର ଜାଣିବା ପରେ ବଡତଣ୍ତା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ