ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ୱକର୍ମା ପୂଜା ଓ ପ୍ରତିଭା ସମ୍ମାନ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତ ବିଶ୍ଵକର୍ମା ଭବନରେ ବିଶ୍ୱ ନିର୍ମାତା ଭଗବାନ ବିଶ୍ଵକର୍ମା ଙ୍କ ପୂଜା ଓ ପ୍ରତିଭା ସମ୍ମାନ ଉତ୍ସବ ସେପ୍ଟେମ୍ବର ୧୭ ତାରିଖ ଦିନ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ପକ୍ଷରୁ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିଳ୍ପୀ ଗୌରବ ଯୋଗୀ ମହାରଣାଙ୍କ ପ୍ରତିମୂର୍ତ୍ତି, ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକ ସାଂସଦ ପ୍ରମିଳା ବିଷୋୟୀ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ ତଥା ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଟୁକୁନା ସ୍ବାଇଁ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ କେ.ନୀଳମାଧବ ଆଚାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମାଜର ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ସମ୍ମାନୀତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜଶ୍ରୀ ପ୍ରଭାକର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ଉପସଭାପତି ଗୋପାଳ କୃଷ୍ଣ ମହାରଣା, ସମ୍ପାଦକ ସନ୍ୟାସୀ ମହାରଣା, ହରି ମହାରଣା, ଉମାକାନ୍ତ ମହାରଣା, କୃଷ୍ଣମୂର୍ତ୍ତି ମହାରଣା ପ୍ରମୁଖଙ୍କ ସମେତ ସମାଜର ସମସ୍ତ ସଭ୍ୟ ଓ କୁଳଭାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ