ବଧୂହତ୍ୟା ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ନୀଳାଦ୍ରି ଗ୍ରାମରେ ଆଜି ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗ୍ରାମର ଉମାକାନ୍ତ ଜେନାଙ୍କ ଝିଅ ଶିଖାରାଣୀ ନୀଳାଦ୍ରି ଗ୍ରାମର ପୀତବାସ ମହାନ୍ତିଙ୍କୁ ବୈଦିକ ବିଧି ଅନୁଯାୟୀ ବିବାହ କରିଥିଲେ । ଆଜି ନିକଟ ବଳଦେବଜୀଉ ପୀଠରେ ବାହୁଡାଯାତ୍ରା ଚାଲୁଥିବା ବେଳେ ବାପଘର ଲୋକେ ଝିଅ ଶିଖାରାଣୀ ମୃତ୍ୟୁ ବରଣ କରିଥିବା ଖବର ପାଇଥିଲେ। ସଂଗେ ସଂଗେ ବାପା ଭାଇ ଓ ସମ୍ପର୍କୀୟ ମାନେ ନୀଳାଦ୍ରି ଗ୍ରାମରେ ପହଁଚି ଶିଖାରାଣୀ ଶୋଇବା ଘର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ଏହାସହିତ ତାଙ୍କ ସ୍ୱାମୀ, ଶାଶୁ, ଦେଢଶୁର ମଧ୍ୟ ଫେରାର ଥିବା ଜଣାପଡିଥିଲା। ଘରେ କେବଳ ବୃଦ୍ଧ ଶ୍ୱଶୁର ଥିବା ବେଳେ ଘଟଣା ସମ୍ପର୍କରେ କିଛି କହି ପାରିନଥିଲେ । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।