ବନବାସୀ ସେବା ସମିତି ର ୫୧ତମ ପ୍ରତିଷ୍ଠା ଦିବସ ସମାରୋହ : “ବନବାସୀ ସ୍ମୁତି “ଉନ୍ମୋଚିତ  

ବାଲିଗୁଡା, ସଞ୍ଜୟ କୁମାର ପାଣିଗ୍ରାହୀ) :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ସ୍ବଗର୍ତ ବିଶ୍ବନାଥ ପଟ୍ଟନାୟକ ଙ୍କ ଦ୍ବାରା ପ୍ରତିଷ୍ଠିତ ବନବାସୀ ସେବା ସମିତି ପରିସରରେ  ସମିତିର ୫୧ ତମ ପ୍ରତିଷ୍ଠା ଦିବସ ବୁଦ୍ଧ ପୂର୍ଣ୍ଣିମା ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ପ୍ରତ୍ୟୁଷରୁ ଅନ୍ତେବାସୀ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରା ରେ ସମିତି ପରିସରରୁ ରାମଧୁନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ପୁଣି ସମିତି ପରିସରରେ ପହଂଚିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ସମ୍ମାନିତ ଅତିଥି  ଭାବେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ  ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ସ୍ଥାନୀୟ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଅନିତା କୁମାରୀ ଦାସ ଯୋଗଦେବା ସହ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ସମିତି ଦ୍ବାରା ପରିଚାଳିତ ଅନ୍ଧ,ମୁକ,ବଧିର ଛାତ୍ର/ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କ  ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତି ରହି ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଓ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହ ପୁଷ୍ପ ମାଲ୍ୟାର୍ପଣ  ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସହ ସମ୍ପାଦକ ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ  ପାଠ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପିଲାଙ୍କ ହସ୍ତଲିପି “ବନବାସୀ ସ୍ମୁତି “କୁ ଉନ୍ମୋଚନ କରାଯାଇଥିଲା  l ଅତିଥି ମାନଙ୍କ ବକ୍ତବ୍ୟ ରେ ଅନୁଷ୍ଠାନ ର ବିଭିନ୍ନ ସଫଳତା ଓ ଦାୟିତ୍ବ ବୋଧତା ଉପରେ ଆଲୋକପାତ କରାଯାଇଥିଲା।ଉତ୍ସବରେ କୋଭିଡ୍ ଓ ଅନ୍ୟାନ୍ୟ ସମୟରେ ସଂସାର ତ୍ୟାଗ କରିଥିବା ବିଭିନ୍ନ ସମ୍ମାନିୟ ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟ ସଙ୍ଗୀତ ପରିବେଷଣ କରାଯାଇଥିଲା l ଶେଷରେ  ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ