ବନବିଭାଗ ଏବଂ କାଠ ମାଫିଆଙ୍କମ ଧ୍ୟରେ ମଧୁ ଚନ୍ଦ୍ରିକା:ନଜରରେ ଗଜପତି ଜିଲ୍ଲାର ଚନ୍ଦନ ବଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିପଦରେ ପାରଳାଖେମୁଣ୍ଡି ବିରଳ ରକ୍ତ ଚନ୍ଦନ ବଣ । ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଥିବା ଏହି ବଣ ଦକ୍ଷିଣ ଏସିଆର ଏକ ମାତ୍ର ସ୍ଥାନ ଯେଉଁଠି ଭରି ରହିଛି ଏହି ମୂଲ୍ୟବାନ ରକ୍ତ ଚନ୍ଦନ ଗଛ । ତେବେ ଏହି ମୂଲ୍ୟବାନ ଗଛକୁ ସୁରକ୍ଷା ଦେବା ବଦଳରେ ମୁକୁଳା ଛାଡ଼ିଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ । ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଚନ୍ଦନ କାଠ ମାଫିଆ ।ବନବିଭାଗପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ । କିଛିଦିନ ଅନ୍ତରରେ ଶହ ଶହ କିଲୋ ଓଜନର ରକ୍ତ ଚନ୍ଦନ କାଠକୁ ଭାୟା ଚେନ୍ନାଇ ଏବଂ ହାଇଦ୍ରାବାଦ ଦେଇ ବିଦେଶକୁ ରପ୍ତାନୀ କରାଯାଇଛି । ସେପଟେ ଆନ୍ଧ୍ର ପୁଲିସ୍ ହାତରେ ଏକାଧିକବାର ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ହେଲେ ଏହି ରାକେଟକୁ ଧରିବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ନିଜର ଦାୟିତ୍ବ ସାରି ଦେଇଛି ବନବିଭାଗ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସୂଚନାନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ଅଧୀନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ରହିଛି ରକ୍ତ ଚନ୍ଦନ ବଣ । ପାରଳା ମହାରାଜାଙ୍କ ତତ୍ବାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଞ୍ଚଳ ବୋଲି କୁହାଯାଏ । ଔଷଧୀୟ ଗୁଣରେ ଭରପୁର ଏହି ଗଛରେ ପରିପୂର୍ଣ୍ଣ ବଣ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ । ପ୍ରତିଦିନ ଏହି ବଣରୁ ମୂଲ୍ୟବାନ ଗଛକୁ କାଟି ନେଇ ମାଫିଆ ମାନେ ଭାୟା ହାଇଦ୍ରାବାଦ୍, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସହର ଦେଇ ବିଦେଶକୁ ଚାଲାଣ କରିଥାନ୍ତି ହେଲେ ପୋଲିସ ଏ ସମ୍ପର୍କରେ କୌଣସି ଟେର୍‌ ପାଉନି । ଏପରିକି ଗଜପତି ଜିଲ୍ଲାର ଗୋଟିଏ ଥାନା ଦେଇ ଏହି କାଠ ବୋଝେଇ ଗାଡି ପାର୍ ହେଉଥିଲେ ମଧ୍ୟ ପୁଲିସ୍ ଜାଣିପାରୁନି ।ବୁଧବାର ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଏଭଳି ଭାବେ ଦୁଇକୋଟିରୁ ଅଧିକ ଟଙ୍କାର ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରା ପଡିଥିଲେ ଚନ୍ଦନ ତସ୍କରୀ କିଛି ରକ୍ତଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା ୪ହଜାର ୨କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଟେକ୍କାଲି ଥାନା ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଜବତ କରିଥିଲା । ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବାସହ ବନବିଭାଗର ଦାୟିତ୍ବ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗଜପତିରୁ ଚନ୍ଦନ ଗଛ କଟାଯାଉଛି ଏବଂ ଟ୍ରକରେ ଲୋଡ ହୋଇ ଯାଉଛି ଅନ୍ୟ ରାଜ୍ୟକୁ ଆଉ ତାର ଟେର ପାଉନି ବନବିଭାଗ କି ପୋଲିସ। ସେପଟେ ବନ ବିଭାଗ ହାତରେ ଧରା ପଡୁଛନ୍ତି ଚନ୍ଦନ ତସ୍କର ଆଉ ଜବତ ହେଉଛି ମୂଲ୍ୟବାନ ରକ୍ତଚନ୍ଦନ ଗଣ୍ଡି ।ଓଡିଶାରୁ ରକ୍ତ ଚନ୍ଦନ ଭଳି ଦୁର୍ଲଭ ଗଛ ଚୋରି ହେବା ଦ୍ବାରା ଓଡ଼ିଶା ବଦନାମ ହେବା ସହ କୋଟି କୋଟି ଟଙ୍କାର ରଜସ୍ବ ହାନୀ ମଧ୍ୟ ହେଉଛି ଏହି କାଠ ଯଦି ଓଡ଼ିଶାରେ ଜବତ ହୋଇଥିଲେ ଓଡ଼ିଶାରେ ରହିଥାନ୍ତା, କିନ୍ତୁ ତାହା ବର୍ତ୍ତମାନ ଆନ୍ଧ୍ରରେ ରହିବ । ତେଣୁ ଏହା ଓଡ଼ିଶାର କ୍ଷତି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ