ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ ପକ୍ଷୀଗଣନା କାର୍ଯ୍ୟ
ପାରାଦୀପ, (ପୀତବାସ ପ୍ରଧାନ) :ବନବିଭାଗ ପକ୍ଷରୁ ପାରାଦୀପ ର ପିପିଏଲ ପରିସର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାର୍ଷିକ ପକ୍ଷୀଗଣନା କାର୍ଯ୍ୟକ୍ରମ l କୁଜଙ୍ଗ ବନଖଣ୍ଡ ଓ ରାଜନଗର ବନଖଣ୍ଡ ର ମିଳିତ ସହଯୋଗ ରେ ଚାଲିଛି ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟକ୍ରମ l ବିଗତ ବର୍ଷ ମାନଙ୍କରେ ପାରାଦୀପ ର ବିଭିନ୍ନ ଅଞ୍ଚଳରେ ବିଦେଶାଗତ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ଙ୍କ ଆଗମନ ହୋଇଥିବା ଜଙ୍ଗଲ ବିଭାଗ ଦ୍ୱାରା କରାଯାଇଥିବା ଗଣନା ରୁ ଜଣାପଡିଥିବା ବେଳେ ଚଳିତ ବର୍ଷ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଦି ପାଇବା ସହିତ ଭାରତବର୍ଷ ର ବିଭିନ୍ନ ଅଞ୍ଚଳରୁ ପାରାଦୀପ ଅଞ୍ଚଳକୁ ପକ୍ଷୀ ଆଗମନ ବୃଦ୍ଦି ପାଇଥିବା ନେଇ ବନବିଭାଗ ତରଫରୁ ପ୍ରାରମ୍ଭିକ ଆକଳନ କରାଯାଇଛି l ପାରାଦୀପ ପିପିଏଲ ପରିସରରେ ରହିଥିବା ଜଳାଶ୍ରୟ ମାନଙ୍କରେ ପକ୍ଷୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ଓ କଡା ସୁରକ୍ଷା ଦୃଷ୍ଟି ରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଙ୍କ ଆଗମନ ସହିତ ପିପିଏଲ ପରିସରରେ ରହିଥିବା ଜଳଭଣ୍ଡାର ମାନଙ୍କରେ ପକ୍ଷୀ ବଂଶ ବୃଦ୍ଦି ପାଇବାରେ ସହାୟକ ହୋଇଥାଏ l ପିପିଏଲ ପରିସରରେ ବିଶେଷକରି କଟନ ଟିଲ, ବିଭିନ୍ନ ପ୍ରଜାତିର କିଙ୍ଗଫିସର, ପରପଲ ସ୍ୱମଫେନ, ଉଡ଼ ସ୍ୟାଣ୍ଡପାଇପର, କମ୍ବଡକ, ମାର୍ଶ ସ୍ୟାଣ୍ଡପାଇପର, ଗ୍ରେ ପେଲିକାନ ସହିତ ଅନେକ ପ୍ରଜାତିର ବିଦେଶାଗତ ପକ୍ଷୀ ମାନଙ୍କୁ ଦେଖିବାକୁ ମିଳିଥାଏ l ତେବେ ଚଳିତବର୍ଷ ଏହି ପକ୍ଷୀ ପ୍ରଜାତି ରେ ବୃଦ୍ଧି ପାଇଵାନେଇ ବନବିଭାଗ ଓ ପିପିଏଲ ଅଧିକାରୀ ଆଶାବ୍ୟକ୍ତ କରିଥିବା ବେଳେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟକ୍ରମ ରେ କୁଜଙ୍ଗ ବନାଞ୍ଚଳ ର ଆଠଜଣିଆ ଟିମ ପିପିଏଲ ପରିସରରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ କୁ ତଦାରଖ କରୁଛନ୍ତି l ପାରାଦୀପ ସହିତ ଜଗତସିଂହପୁର ଜିଲ୍ଲାରେ ପାଞ୍ଚୋଟି ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚାଲୁରହିଥିବା ନେଇ ବନବିଭାଗ ଅଧିକାରି ପ୍ରକାଶ କରିଛନ୍ତି l ତେବେ ଆଜି ସକାଳ ଠାରୁ ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ସନ୍ଦ୍ୟା ରେ ଗଣନା କାର୍ଯ୍ୟ ଶେଷ ହେବା ନେଇ କୁଜଙ୍ଗ ବନଖଣ୍ଡ ଅଧିକାରୀ କହିଛନ୍ତି l କୁଜଙ୍ଗ ବନାଞ୍ଚଳ ତରଫରୁ ପିପିଏଲ ରେ ଦୁଇଟି ସେଗମେଣ୍ଟ ରେ ଆଠ ଜଣିଆ ଟିମ ପାରାଦୀପ ରେ ପକ୍ଷୀ ଗଣନା କାର୍ଯ୍ୟ କୁ ତଦାରଖ କରିବା ସହିତ ରେଲୱେ ଗେଟ ରୁ ଜିପିସମ ପଏଣ୍ଟ,,କଂସାରୀପାଟିଆ ରୁ ସିକ୍ୟୁରିଟି ବାରକ, ଜଟାଧାର ତଣ୍ଡା ରୁ ଯାତାଧାରୀ ମାଉଥ,ଅନ୍ୟ ଗୋଟିଏ ଟିମ ହାୱାଖାନା କୁଜଙ୍ଗ ରେଞ୍ଜ ଏବଂ ବନ୍ଦର ଠାରୁ ଦେବିନଦି ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଜାରିରହିବା ନେଇ କୁଜଙ୍ଗ ବନାଞ୍ଚଳ ବିଭାଗ ଅଧିକାରୀ ପ୍ରକାଶ କରିବା ସହିତ ଜଗତସିଂହପୁର ଜିଲ୍ଲାର ପାଞ୍ଚୋଟି ସ୍ଥାନରେ ବନ କର୍ମଚାରୀ ମାନଙ୍କ ସହିତ ପକ୍ଷୀ ବିଶେଷଜ୍ଞ ମାଇକେଲ ପିଟର, ଉପସ୍ଥିତ ରହି ପିପିଏଲ ପରିସରରେ ପକ୍ଷୀ ଗଣନା ରେ ସହଯୋଗ କରିଥିଲେ l


