ବନସୁରକ୍ଷା ଓ ବନୀକରଣ କାର୍ଯ୍ୟ ପ୍ରହସନ ରେ ପରିଣତ।

ନିମାପଡ଼ା, (ସନ୍ତୋଷ ଦାଶ) : ପରିବେଶ ସୁରକ୍ଷା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବନୀକରଣ ଓ ବନସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରତିବର୍ଷ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି ।ଏମିତିକି କାର୍ଯ୍ୟକ୍ରମରେ ନେତା , ମନ୍ତ୍ରୀ , ସମାଜସେବୀ, ଜଙ୍ଗଲ ବିଭାଗ କର୍ମଚାରୀମାନେ ସାମିଲ ହୋଇ ଗୋଚର , ଅନାବାଦୀ , ଜଙ୍ଗଲ କିସମ ଜମି ଓ ରାସ୍ତା କଡରେ ଚାରା ରୋପଣ କରୁଥିବାର ଫଟୋ ଉଠାଇ ପ୍ରଚାର ପ୍ରସାର କରୁଛନ୍ତି।ବନ ବିଭାଗ ବି ଗଛ ଲଗାଅ ଓ ପରିବେଶ ବଞ୍ଚାଅ ବୋଲି ଜନସଚେତନତା କରିବା ସହ ଛକ ବଜାରରେ ପ୍ରଚାର ପ୍ରସାର ସାଙ୍ଗକୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବ୍ୟାନର ପୋଷ୍ଟର ଲଗାଉଛି । ତେବେ ବନ ବିଭାଗ ର ଏହି କାର୍ଯ୍ୟ ପ୍ରହସନ ରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ପୁରୀ ଜିଲ୍ଳା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ବିଗତ ୫ ବର୍ଷ ମଧ୍ୟରେ ବନୀକରଣ , ବନସୁରକ୍ଷା, ଚାରା ଉତ୍ପାଦନ, ଚାରା ଉତ୍ପାଦନ କ୍ଷେତ୍ରରେ ଶ୍ରମିକ ନିୟୋଜନ , ସେମାନଙ୍କୁ ମଜୁରୀ ପ୍ରଦାନ , ଜନସଚେତନତା ଓ ବ୍ୟାନର ପୋଷ୍ଟର ମାରିବା ଆଳରେ ବିଭାଗକୁ ମିଳିଥିବା ସରକାରୀ ଅନୁଦାନ ଅର୍ଥର ସିଂହଭାଗ ହରିଲୁଟ କରାଯାଇଛି ବୋଲି ଏହି ବିଭାଗର କେତେକ ତଳିଆ କର୍ମଚାରୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ଏମିତିକି ଡିପାର୍ଟମେଣ୍ଟ କାର୍ଯ୍ୟଆଳରେ ଏବଂ ଏକାଧିକ ଗୁପ୍ତ ଟେଣ୍ଡର ମାଧ୍ୟମରେ ଜନୈକ ଅଣଠିକାଦାରକୁ ତୁଷ୍ଟିକରଣ କରି ବିଭାଗର କେତେକ ଦୁର୍ନୀତିଗ୍ରସ୍ତ ପଦାଧିକାରୀ ଓ କର୍ମଚାରୀ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଚାରିବର୍ଷ ପୂର୍ବେ ଅସ୍ତରଙ୍ଗରୁ ନିମାପଡା ଓ କାକଟପୁର ରୁ କୋଣାର୍କ ପୂର୍ତ୍ତ ବିଭାଗର ରାସ୍ତାକାର୍ଯ୍ୟ ପ୍ରଶସ୍ଥିକରଣ ବେଳେ ଉଭୟ ରାସ୍ତା କଡରେ ଥିବା ଶହ ଶହ ସଂଖ୍ୟାରେ ଗଛ କାଟି ଦିଆ ଗଲା।ରାସ୍ତା ନିର୍ମାଣର ଚାରିବର୍ଷ ପରେ ବି ରାସ୍ତା କଡରେ ଚାରାଟିଏ ଜଙ୍ଗଲ ବିଭାଗ ରୋପଣ କରିନାହିଁ । ବିନା ଟେଣ୍ଡରରେ ଫରେଷ୍ଟ କର୍ପୋରେସନ ଗଛ କାଟିଲା ଓ କାଟିଥିବା ଗଛକୁ କର୍ପୋରେସନ ତାର ଡିପୋକୁ ନନେଇ ଏଠାର ଜୈନିକ ଶାସକ ଦଳ କୁଜି ନେତାଙ୍କୁ କାଠ ସବୁ ବିକ୍ରି କରିଦେଲା । ରାସ୍ତା କଡରେ ଥିବା ପୁରୁଣା ଚାକୁଣ୍ଡା , ଜାମୁ , ଆକାଶୀ , (ଆମ୍ବ ), ପଣସ , କୃଷ୍ଣଚୂଡ଼ା , ଝାଉଁ , ଇଉକିଲ ପଟାସ ଶାଗୁଆନ ଗଛ କଟା ହେବା ପରେ ଚୁକ୍ତି ମୁତାବକ ଯେତିକି ଗଛ କଟା ହେଲା ସେହି ପରିମାଣର ନୂଆ ଚାରା ବନ ବିଭାଗ ରାସ୍ତା କଡରେ ରୋପଣ କରିବା କଥା ।କିନ୍ତୁ ଚାରି ବର୍ଷ ମଧ୍ୟରେ ଚାରା ଟିଏ ଏଯାବତ ପୋତା ହେଲା ନାହିଁ । ଫଳରେ ଗ୍ରୀଷ୍ମ ଋତୁରେ ପଥଚାରୀ ଯାତ୍ରୀ ମାନେ କେଉଁଠି ରାସ୍ତା ପାଶ୍ଵ ରେ ଠିଆ ହୋଇ ପାରୁନାହାନ୍ତି। ଏହି ସବୁ ଅଭିଯୋଗ ସଂପର୍କରେ ନିକଟରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସେ ମହାଶୟ ଛୁଟିରେ ଥିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ । ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଗତ ୫ବର୍ଷ ମଧ୍ୟରେବନୀକରଣ, ବନ ସୁରକ୍ଷା, ଜଙ୍ଗଲ ରେ ପୋଖରୀ ଖନନ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି ତାର ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ