ବନସୁରକ୍ଷା ସମିତି ର ଅଗ୍ନି ନିବାରଣ ସଚେତନତା ଶିବିର ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଘୋଡାଘାଗୁରି ଗ୍ରାମରେ ଓଡିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ପରିଚାଳିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-୨ ତରଫରୁ ଘୋଡାଘାଗୁରି ବନସୁରକ୍ଷା ସମିତିରେ ଏକ ଅଗ୍ନି ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିପ୍ତିମୟୀ ସେଠୀ ଓ ବନପାଳ ସୁରମୋହନ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବନ ସୁରକ୍ଷା ସମିତି ର ସଭାପତି ରହିଣା ମହାନ୍ତ, ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ, ବନରକ୍ଷୀ ପ୍ରମିଳା ମହାନ୍ତ, ରଶ୍ମିତା ବାରିକ, ପ୍ରକଳ୍ପ ସଂଯୋଜକ ରାଜେନ୍ଦ୍ର କୁମାର ବେହେରା,ତିଳତମା ମହାନ୍ତ ପ୍ରମୁଖ ଙ୍କ ସହିତ ବନ ସୁରକ୍ଷା ସମିତି ର ସମସ୍ତ ସଭ୍ୟ, ସଭ୍ୟା ସାମିଲ ହୋଇଥିଲା। ସଚେତନତା କାର୍ଯ୍ୟକ୍ରମ ରେ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଉପସ୍ଥିତ ସମସ୍ତ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ର ସଭ୍ୟ, ସଭ୍ୟା ଙ୍କୁ ବନସୁରକ୍ଷା ସହିତ ଅଗ୍ନି ନିବାରଣ ପାଈଁ ଶପଥ ପାଠ କରାଇବା ସହିତ ଏକ ରାଲ୍ଲୀ ର ଆୟୋଜନ କରାଇଥିଲେ।ବିଭିନ୍ନ ସମୟରେ ଜଙ୍ଗଲରେ ହେଉଥିବା ବେଆଇନ ପଶୁପକ୍ଷୀ ଶିକାର, ଅଗ୍ନିଦାଉ ରୁ ଜଙ୍ଗଲ କୁ ସୁରକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ। ପରିଶେଷରେ ରାଜେନ୍ଦ୍ର କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


