କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି କଳାହାଣ୍ଡି ଜିଲ୍ଲା ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ ଠାରେ ରାଷ୍ଟ୍ରୀୟ ବାହକ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନ ର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ର ପ୍ରେସବାର୍ତା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀକଂ ଅଧ୍ୟକ୍ଷତା ରେ ସମାପନ କରାଯାଇଛି।କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକର ଚିହିଁତ ଗ୍ରାମରେ ରାତ୍ରିକାଳୀନ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ।ଏହି ପରୀକ୍ଷା ପରେ ନର୍ଲା ବ୍ଲକ ରେ ଫାଇଲେରିଆ କୃମିମାତ୍ର ୧ % ରୁ ଅଧିକ ଥିବା ଜଣା ପଡିଛି ସେଥୀପାଇଁ କଳାହାଣ୍ଡି ଜିଲ୍ଲା ର କେବଳ ନର୍ଲା ବ୍ଲକ କୁ ପ୍ରଥମ ଥର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ପାଇଁ ରାଜ୍ୟ ସରକାର ପକ୍ଷ ରୁ ଚିହ୍ନଟ କରାଯାଇଛି ।ବୈଠକରେ ସି ଡି ଏମ ଓ ଡ ରଞ୍ଜନ ମିତ୍ର ଙ୍କ ଅଧ୍ୟକ୍ଷତାରେ ଡ ରାକେଶ ସାହୁ , ଡି ପି ଏଚ ଓ,ଶ୍ରୀ ମନୋଜ ବେହେରା , ଡି ଆଇ ପି ଆର୍ ଓ, ଡ ନିଶିତ୍ ଦାସ, ଡବ୍ଲୁ ଏଚ ଓ ପ୍ରତିନିଧି,ଶ୍ରୀ ଭବାନୀ ସାହୁ , ଡି ଏମ ଆର୍ ସି ଏଚ,ଶ୍ରୀ ନିହାର ଠାକୁର,ଶ୍ରୀ ଶେଖ୍ ନିଶାର, ଭି ବି ଡି ବିଶେଷଜ୍ଞ,ଶ୍ରୀ ସନ୍ତୋଷ ବାଗ,ଭି ବି ଡି ପରାମର୍ଶଦାତା ସହ ପ୍ରେସ ଓ ଇଲେକ୍ଟ୍ରୋନିକ ମିଡିଆ ର ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ  ଏହି ପ୍ରେସ୍ର ବାର୍ତାରେ ସାମ୍ବାଦିକ ବନ୍ଧୁ ମାନଙ୍କୁ ବିସ୍ତୃତ ରେ ଫାଇଲେରିଆ ନିରାକରଣ ଅଭିଯାନ, ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ୧୦ ରୁ ୧୯ ଫେବୃଆରୀ ୨୦୨୩ ବିଷୟରେ ଅବଗତ କର ଗଲା. ଯେଉଁ ଥିରେ ସାମ୍ବାଦିକ ବନ୍ଧୁ ମାନଙ୍କ ପ୍ରଶ୍ନ ର ସଠିକ ଉତ୍ତର ଦିଆଯାଇଥିଲା ଏହି ଦିନ ସମସ୍ତେ ଡି.ଇ.ସି. ବଟିକା ସହିତ ଆଇବେଣ୍ଡାଜିଲ୍ ବଟିକାର ଗୋଟିଏ ମାତ୍ରା ନିଶ୍ଚୟ ଖାଆନ୍ତୁ । ଆଶାକର୍ମୀ କିମ୍ବା ଚାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ । ଏହି ବଟିକା ଖାଦ୍ୟ ଖାଇ ସାରିବା ପରେ ଖାଇବେ । ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ ମାଗଣା ରେ ଦିଆଯାଉଅଛି । ଗୋଡ ହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉ । ଏହା ଏକ ମଶା ଜନିତ ରୋଗ, ଗୋଦର ହେବା ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ସଂକ୍ରମିତ ମଶା କାମୁଡିବା ଦ୍ୱାରା ଫାଇଲେରିଆ ପରଜୀବୀ କୀଟାଣୁ ସଂକ୍ରମିତ ରୋଗୀ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ । ଗୋଡ, ପାଦ ହାତ ଆଦି ଫୁଲିଯାଏ ଗୋଦର ହୁଏ। ପୁରୁଷମାନଙ୍କ ଅଣ୍ଡକୋଷ ଫୁଲେ, ଏହାକୁ ହାଇଡ୍ରୋସିଲ କହନ୍ତି। କେତେକ କ୍ଷେତ୍ର ରେ ଧଳା ପରିସ୍ରା ମଧ୍ୟ ହୁଏ । ପ୍ରଥମ ଅବସ୍ଥା ରୁ ଉପଯୁକ୍ତ ଯତ୍ନ ନ ନେଲେ ଫୁଲ କମେ ନାହିଁ ଓ ଅଙ୍ଗଟି ବିକଳାଙ୍ଗ ହୋଇଥାଏ । ଏହି ରୋଗ ବଂଶାନୁଗତ ନୁହେଁ । ଆମ ଜିଲ୍ଲା ସହିତ ଓଡିଶା ରାଜ୍ୟ ରେ ୨୦ଟି ବାତଜ୍ଵର ପ୍ରବଣ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଉଅଛି । ଲଗାତାର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠିରେ ୮୫% ଅଧିକ ଲୋକ ବର୍ଷର ଗୋଟିଏ ଦିନ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି, ତେବେ ଗୋଷ୍ଠୀରୁ ବାତଜ୍ଵର ନିରାକରଣ ହୋଇପାରିବ । ସେଥିପାଇଁ ୫ ରୁ ୬ ବର୍ଷ ଲଗାତାର ସାର୍ବଜନୀନ ଔଷଧ ସେବନ କରିବା ଦ୍ୱାରା ବାତଜ୍ଵର କୃମି ବା କୀଟାଣୁ ସମ୍ପୂର୍ଣ ନଷ୍ଟ ହୋଇଯିବେ । କେବଳ ୨ ବର୍ଷ ରୁ କାମ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଏହିକଦିନ ଧରି ରୋଗରେ ପୀଡିତ ଥିବା ଲୋକମାନକୁଂ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ ଲରିପାରିବେ । ବୟସ ଅନୁସାରେ ଡ଼ିଇସି ଲବେନ୍ଡ଼ଯ଼ୋଲ ବଟିକା ଦିଆଯାଇଥାଏ । ଏଥିପାଇଁ ନର୍ଲା ବ୍ଲକ ରେ ଔଷଧ ସେବନ କରାଇବା ପାଇଁ ୫୧୬ ଟି ଟିମ (ଆଶା ଦିଦି, ଆଙ୍ଗନବାଡୀ ଦିଦି ଏବଂ ସ୍ଵେଛା ସେବକ), ୫୩ ସୁପରବାଈଜର ଏବଂ ୨ ଟି ରପିଡ଼ ରେସ୍ପିଅଣସେ ଟିମ ଗଠିତ କର ଯାଇଛି । ଜିଲ୍ଲା ଏବଂ ବ୍ଲକ ରେ କଂଟ୍ରୋଲ ରୁମ ମଧ୍ୟ ସ୍ଥାପନ କର ଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ