ବନ୍ତରେ ଅନିରୁଦ୍ଧ ଜେନାଙ୍କ ସ୍ମୃତିସଭା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ଅନିରୁଦ୍ଧ ଜେନାଙ୍କ ୫ମ ବାର୍ଷିକ ସ୍ମୃତିସଭା ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ନେତା ନିରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବି ପରମେଶ୍ୱର ବାରିକ, ସୁବାଷ ଚନ୍ଦ୍ର ବେହେରା, ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ପର୍ଶୁରାମ ସ୍ୱାଇଁ, ପଞ୍ଚାନନ ସେଠୀ ଯୋଗ ଦେଇ ଗରିବ ଶ୍ରମଜୀବି ମଣିଷ ପାଇଁ ସ୍ୱର୍ଗତ ଜେନା ସର୍ବଦା ସଂଗ୍ରାମ କରି ଆସିଥିଲେ । ସମସ୍ତ ଜନସାଧାରଣ ସାଥୀ ଅନିରୁଦ୍ଧ ଜେନାଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଜନଗଣଙ୍କ ସମସ୍ୟା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କଲେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ ।


