ଅସ୍ଥାୟୀ ପରିବା ମାର୍କେଟ ପାଲଟିଛି ବସଷ୍ଟାଣ୍ଡ

ରାଇକିଆ, (ପ୍ରଦୀପ କୁମାର ବେହେରା) : କୋରନା ପାଇଁ ବସ୍ ଚଳାଚଳ ହେଉ ନଥିବା ବେଳେ କେବଳ ସକାଳ ସାତ ଟା ରୁ ୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି । ଏହି ସମୟ ରେ ରାଇକିଆ ବଜାର କୁ ବିକ୍ରି ପାଇଁ ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ଚାଷୀ ଆସୁଛନ୍ତି । ଭିଡ଼ ଏବଂ ସାମାଜିକ ଦୁରତ୍ଵ କୁ ଦୃଷ୍ଟି ରେ ରଖି ଅସ୍ଥାୟୀ ଭାବେ ବସ୍ ଷ୍ଟାଣ୍ଡ ପରିସର ରେ ଚାଷୀ ଙ୍କୁ ପରିବା ବିକ୍ରି ପାଇଁ କୁହା ଯାଇଛି । ବସ୍ ଚଳାଚଳ କରୁନଥିବାରୁ ଫାଙ୍କା ପଡିଥିବା ବସ୍ ଷ୍ଟାଣ୍ଡ ରେ ବହୁ ସଂଖ୍ୟା ରେ ପରିବା ଦୋକାନ ଖୋଲା ରହୁଛି । ମାଣିକେଶ୍ଵର , ଗୁମାମହା, ଦଡିଙ୍ଗିଆ, ମଣ୍ଡାକିଆ, ଚାଞ୍ଚେଡି ଆଦି ଅଞ୍ଚଳରୁ ଉତ୍ପାଦିତ ପରିବା ବିକ୍ରି ପାଇଁ ଆସୁଥିବା ଚାଷୀ ବସଷ୍ଟାଣ୍ଡ ର ଦୁଇ ପାଖରେ ବିକ୍ରି କରୁଛନ୍ତି । ବିକ୍ରି କରିବା ପାଇଁ ସୁବିଧା ଥିବାରୁ ଆମେ ପ୍ରତ୍ୟେକ ଦିନ ବାଇଗଣ, ଟମାଟୋ ବିକ୍ରି ପାଇଁ ରାଇକିଆ ବଜାର କୁ ଆସୁଛୁ । କେବଳ ସାମଗ୍ରୀ ବଜାର କୁ ଆଣିବାରେ କିଛି ମାତ୍ରାରେ ଅସୁବିଧା ହେଉଥିବା ବ୍ୟବସାୟ ପାଇଁ କିନ୍ତୁ ସୁବିଧା ହେଉଥିବା ସିସପାଙ୍ଗା ଅଞ୍ଚଳର ନକୁଳ ନାୟକ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ