ବନ୍ତରେ ବାଜପେୟୀଙ୍କ ଜୟନ୍ତୀ ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାକ୍ତନ ବନ୍ତ ମଣ୍ଡଳ ସଭାପତି ପତଞ୍ଜଳୀ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସମବେତ ବନ୍ଦେ ମାତରମ ଗାନ୍ କରାଯାଇଥିଲା । ବାଜପେୟୀଙ୍କ ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ନିଜ ଅଞ୍ଚଳର ବିକାଶ ଏବଂ ସମସ୍ତଙ୍କର ସହଯୋଗରେ ସାଙ୍ଗଠନିକ ଦୃଢତା ଅଣାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ଲକ୍ଷ୍ମୀଧର କର, ଅରୁଣ କୁମାର ଖୁଣ୍ଟିଆ, ଅଶୋକ କୁମାର ବେହେରା, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ସାହୁ, ରବିନ୍ଦ୍ର ଓଝା, ବସନ୍ତ କୁମାର ବିଶ୍ୱାଳ, ହରେକୃଷ୍ଣ ସେନାପତି, ଜଗବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା, ଓଁକାର ସହ ଶାନ୍ତିପାଠ କରାଯାଇଥିଲା ।


