ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ଗୁରୁବାର ଟାଉନହଲ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ତଥା ପ୍ରବାଦ ପୁରୁଷ ସୂର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡାର ବିଧାୟକ ଭାବେ ସେ ନିର୍ବାଚିତ ହୋଇ ଥିବାରୁ ସେହି କେନ୍ଦ୍ରାପଡାର ବିକାଶ ତାଙ୍କର ପ୍ରଥମ ଦାୟିତ୍ୱ । ଆଜି ସେହି ବରପୁତ୍ରଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଣିତ ବିଭିନ୍ନ ଜନହିତକାରୀ ଯୋଜନା ଦ୍ୱାରା କେନ୍ଦ୍ରାପଡାବାସୀଙ୍କୁ ଉପକୃତ କରାଇବା ପାଇଁ ସେ ନିଶ୍ଚିନ୍ତ ଭାବେ ପ୍ରୟାସ ଜାରି ରଖିବେ । ତେଣୁ ସମସ୍ତେ ନିଜ ନିଜ ଅଂଚଳରେ ବିଜେଡିର ସଂଗଠନକୁ ମଜଭୁତ କରିବା ସହିତ ଆଗାମୀ ପୈାର ନିର୍ବାଚନରେ ଦଳର ପ୍ରାର୍ଥୀମାନଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଜିର ଦିବସରେ ସଙ୍କଳ୍ପ ନେବାକୁ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀ ମହାନ୍ତି କେନ୍ଦ୍ରାପଡା ହେଉଛି ସୂର୍ଗତ ବିଜୁବାବୁଙ୍କ କର୍ମଭୂମୀ । ଏ ମାଟି ଅତ୍ୟନ୍ତ ଭାବରେ ରାଜନୈତିକ ସଚେତନ । ଓଡିଶାର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଚେଷ୍ଟିତ । ଦଳ ଭିତରେ ଥିବା ମନାନ୍ତର ଓ ମତାନ୍ତରକୁ ଭୁଲି ଆମକୁ ନବୀନବାବୁଙ୍କ ପ୍ରଗତି ରଥକୁ ଆଗେଇ ନେବାକୁ ପଡିବ ବୋଲି ସଭାପତି ସେ କହିଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ କହିଥିଲେ ଯେ ଦଳ ଭିତରେ ଥାଇ ନିଜର ବ୍ୟକ୍ତିିଗତ ସ୍ୱାର୍ଥ ସାଧନ ନିମନ୍ତେ ରାସ୍ତା ଘାଟରେ ଦଳକୁ ସମାଲୋଚନା ନକରି ଯାହା ସମସ୍ୟା ରହିଛି ସେ ସମ୍ପର୍କରେ ଦଳ ଭିତରେ ଆଲୋଚନା କରାଯିବା ସହ ଏକ ସମୃଦ୍ଧ ଓ ବିକଶିତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳି ଗଠନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ମହିଳା ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ପ୍ରମୁଖ ମଂଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଦାସ ମହାନ୍ତି, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ରୋସ୍ôନା ସାହୁ, ସବିତା ସାହୁ, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ପ୍ରଦିପ୍ତ ମହାନ୍ତି, ଭଜକୃଷ୍ଣ ରାଉତ, ଗଦାଦର ମଲ୍ଲିକ, କାର୍ତ୍ତିକ ଚରଣ ନାୟକ, ଗୋଲଖ ପଢିହାରୀ, ସେକ ମତୁ, ନରହରି ପାଣି, ପ୍ରସନ୍ନ ରାଉତ, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ପ୍ରମୋଦ ପ୍ରଧାନ, ରବିନ୍ଦ୍ର ପଣ୍ଡା,ଶିବପ୍ରସାଦ ଭଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ବିଭିନ୍ନ ପଂଚାୟତର ସରପଂଚ,ସମିତି ସଭ୍ୟ,ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଦଳୀୟ ସମର୍ଥକମାନେ ଉପସ୍ଥିତ ଥିଲେ ।


