ବନ୍ତରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ରେବେକା ବିଲୁଙ୍ଗ, ସୁରେନ୍ଦ୍ର ବାରିକ, ଚନ୍ଦ୍ରକାନ୍ତି ରଣା, ମିତ୍ରଭାନୁ ସ୍ୱାଇଁ, ରତନି ଜେନା ଉପସ୍ଥିତ ଥିଲେ । ବନ୍ତ ଥାନାରେ ଆଇଆଇସି ମିନା ବିନ୍ଧାଣୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଇନ୍ଦିରା ସାହୁ, ସବ୍‌-ରେଜେଷ୍ଟି କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବିଇଓ ଅଫିସରେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳ, ବନ୍ତ ପ୍ରାଣୀ ଚିକିତ୍ସାଳୟରେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ କମଳଲୋଚନ ବେହେରା, ଆଗରପଡା ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚିତ୍ତରଞ୍ଜନ ଦାଶ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତି, ବନ୍ତ ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବିଜେଡି କାର୍ଯ୍ୟାଳୟରେ ବ୍ଲକ ସଭାପତି କମଳାକାନ୍ତ ସାହୁ, ସିପିଆଇ କାର୍ଯ୍ୟାଳୟରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଟିଲୋ ପଞ୍ଚାୟତରେ ସରପଞ୍ଚ ନିହାରିକା ରାଉତ, ବନ୍ତ ପଞ୍ଚାୟତରେ ସରପଞ୍ଚ କୃପାସିନ୍ଧୁ ସେଠୀ, ପଧାନପଡା ପଞ୍ଚାୟତରେ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ନିଳୋକ ପଞ୍ଚାୟତରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଲିଟିଲ୍ ସ୍କୁଇରାଲ ସ୍କୁଲର ପରିଚାଳନା ଅଧ୍ୟକ୍ଷ ସୁରେନ୍ଦ୍ର ବିଶ୍ୱାଳ, ପୋଡାପାଟଣା ୟୁଜିଏମ୍‌ଇ ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ନିଳୋକ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ନିରାକର ବେହେରା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ପତାକା ଉତ୍ତୋଳନ କରିଥିଲେ । ବନ୍ତ ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ଅନନ୍ତ ଚରଣ ଦାଶ, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ପୂର୍ବତନ ଛାତ୍ର କଂଗ୍ରେସ ସଂଯୋଜକ ସାଦ୍ ସିଦ୍ଧିକ୍‌, ଆଦିଲ୍ ୟୁସୁବ୍‌, ସାହିଦ୍ ମହମ୍ମଦ, ସୟଦ୍ ଅଜିମ୍ ଉପସ୍ଥିତ ଥିଲେ । ଶାନ୍ତିୟୁଥ୍ କ୍ଲବରେ ଡାକ୍ତର ମୂରଲୀଧର ସୂତାର ପତାକା ଉତ୍ତୋଳନ କରିଥିବା ବେଳେ କ୍ଲବର ସଭାପତି ସୌରଭ ପରିଡା, ସଂପାଦକ ସୌଭାଗ୍ୟ ନାୟକ, ଜ୍ୟୋତି ରଞ୍ଜନ ନାୟକ, ଅମିତାଭ ସାହୁ, ଆଶିଷ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, କଳିଙ୍ଗ ବିକାଶ କମ୍ପ୍ୟୁଟର, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍‌.ଏସ୍ ଅଫିସ, ସରସ୍ୱତୀ ଶିଶୁ ମନ୍ଦିର, ଗଡଚଣ୍ଡି ମଧ୍ୟ ଇଂରାଜୀ ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ