ବନ୍ତ-ବାରିକପୁର ରାସ୍ତାରେ ଚେକିଂ କଡାକଡି

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପାଇଁ ବନ୍ତ-ବାରିକପୁର ରାସ୍ତାରେ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ କଡା ଚେକିଂ କରାଯାଉଛି । ମଙ୍ଗଳବାର ଗୁହାଳି ପୋଲ ଠାରେ ଫାଣ୍ଡି ଅଧିକାରୀ ବ୍ୟାସଦେବ ମହାପାତ୍ରଙ୍କ ନେତୃତ୍ୱରେ ହାବିଲଦାର ଗଦାଧର ବିଶ୍ୱାଳ, କନେଷ୍ଟବଳ ଦିଗମ୍ବର ଦାସ, ଆର.ପି.ଏଫ ସଞ୍ଜୀତ୍ କୁମାର ନାୟକ, ହୋମ୍‌ଗାର୍ଡ ରାହୁଲ ନାୟକ ପ୍ରମୁଖ ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ଗୁଡିକୁ ଚେକିଂ କରୁଥିଲେ । ଚେକିଂ ସମୟରେ ମାକ୍ସ ବ୍ୟବହାର କରିନଥିବା ୧୫ ଜଣ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ