ବନ୍ତ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁକ୍ରବାର ବନ୍ତ ବ୍ଲକରେ ନୂତନ ବିଡିଓ ପ୍ରଦୀପ କୁମାର ସେଠୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ନୂତନ ବିଡିଓ ଶ୍ରୀ ସେଠୀଙ୍କୁ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁଶ୍ରୀ ଶ୍ରଦ୍ଧାସୁମନ ନାଥ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ସମିତି ସଭ୍ୟ ପରମେଶ୍ୱର ବାରିକ, ନିରଞ୍ଜନ ମଲ୍ଲିକ, ବିଜୟ ବିଶ୍ୱାଳ, ପ୍ରବୀର ରାଉତ, ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ, ସମୀକ୍ଷା ତ୍ରିପାଠୀ, ଅଶୋକ ସ୍ୱାଇଁ, ବିଭୁଦତ୍ତ ପାତ୍ର, ବୀରକିଶୋର ନାୟକ, ବିକାଶ ରାଉତ, ସି.ପି ସୁଧାଂଶୁ ନାୟକ, ମିତ୍ରଭାନୁ ସ୍ୱାଇଁଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, କର୍ମଚାରୀ, ଜନପ୍ରତିନିଧି ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ନୂତନ ବିଡିଓ ଶ୍ରୀ ସେଠୀ କାର୍ଯ୍ୟରେ ଯୋଗ ଦେବା ପରେ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ୍ ପଦକ୍ଷେପ ନେବେ ବୋଲି କହିଛନ୍ତି । ବନ୍ତର ସର୍ବାଗୀନ ଉନ୍ନତି ପାଇଁ ସମସ୍ତ ଜନସାଧାରଣ, ସାମ୍ବାଦିକ, ସାମାଜିକ ସଙ୍ଗଠନ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଛନ୍ତି ।