ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ସମସ୍ତ ଇଞ୍ଜିନିୟରିଂ କଲେଜର ଛାତ୍ର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବିପିୟୁଟି ଛାତ୍ରନେତା ପାର୍ଥସାରଥୀ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ୧୯୯୯ ମହାବାତ୍ୟା ପରେ ଯେତେବେଳେ ଓଡ଼ିଶା ଏକ ଭୟଙ୍କର ବିପତ୍ତି ଦେଇ ଗତି କରୁଥିଲା, ସେ ସମୟରେ ଓଡ଼ିଶାର ନେତୃତ୍ୱ କିଏ ନେବ ତାକୁ ନେଇ ଏକ ଆହ୍ୱାନ ସୃଷ୍ଟି ହୋଇଥିଲା । ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ନେତୃତ୍ୱ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ନେତୃତ୍ୱ ନେଲା ପରେ ଓଡ଼ିଶାରେ ବିଭିନ୍ନ ଶିଳ୍ପ କାରଖାନା ସୃଷ୍ଟି ହୋଇପାରିଛି । ବିଶେଷକରି ଓଡ଼ିଶାରେ ବୈଷୟିକ ଶିକ୍ଷା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦୦୯ ମସିହାରେ ପ୍ରଦର୍ଶନୀ ପଡ଼ିଆରେ ବିପିୟୁଟି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଞ୍ଜିନିୟରମାନଙ୍କ ଉତ୍ସାହକୁ ଦେଖି ସେ ବିଶେଷ ଖୁସି ବ୍ୟକ୍ତ କରି ସେହିଦିନ ଠାରୁ ଇଞ୍ଜିନିୟରମାନଙ୍କ ପ୍ରତି ଗୁରୁତ୍ୱ ଦେଇ ଆସିଛନ୍ତି । ଇଞ୍ଜିନିୟରମାନେ ଯେ କେବଳ ଓଡ଼ିଶାର ନୁହଁନ୍ତି, ସେମାନେ ସାରା ବିଶ୍ୱର ବିଶ୍ୱକର୍ମା ଭଳି ଦେଶ ଓ ବିଶ୍ୱର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ବିପିୟୁଟି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ ବୈଷୟିକ ଶିକ୍ଷା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଗ୍ରହ ସୃଷ୍ଟି କରିବା ପାଇଁ ଉତ୍ସାହ ଯୋଗାଉଛନ୍ତି ବୋଲି ଶ୍ରୀ ମୁଦୁଲି କହିଥିଲେ । ବିପିୟୁଟି ଛାତ୍ରସଂଘର ପୂର୍ବତନ ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ଇଂ ଜଗମୋହନ ବଳିଆଳସିଂ, ଇଂ ସଂସଦ କୁମାର ନାୟକ, ଆଲୋକ ଜେନା, ରୋଜାଲିନ ନାୟକ, ସୁନିଲ ମହାପାତ୍ର, ଅକ୍ଷୟ ମଲ୍ଲିକ ପ୍ରମୁଖ ବିପିୟୁଟି ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ଦେଇଥିଲେ । ଏହି ଅବସରରେ ଓଡିଶା ବିପିୟୁଟି ଛାତ୍ରସଂଘ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଆଇଟି ଇଞ୍ଜିନିୟରିଂ କଲେଜର ଛାତ୍ରନେତା କ୍ଷୀତିଶ ଚନ୍ଦ୍ର ବାରିକ ସଭାପତି, ଗୀତମ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ମିଲନ ରାଉତରାୟ କାର୍ଯ୍ୟକାରୀ ସଭାପତି, ଗାନ୍ଧୀ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ସ୍ୱାଗତ କର ସାଧାରଣ ସମ୍ପାଦକ ଏବଂ ଗିଫ୍ଟ ଇଞ୍ଜିନିୟରିଂ କଲେଜର ଛାତ୍ରନେତା ରୂପମ ଦାସ ଉପସଭାପତି ଭାବେ ମନୋନୀତି ହୋଇଥିବା ବେଳେ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ