ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତ ହାଟପଦା ଛକରେ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ l ମହିଳା ଜଣଙ୍କ ହେଲେ ହାଟପଦା ଗ୍ରାମର ସାଲ୍ୟାମା ସରବା(୫୨) ସୂଚନା ଯୋଗ୍ୟ ଯେ ଗୁରୁବାର ସନ୍ଧ୍ୟାରେ ସାଲ୍ୟାମା ସରବା ଘରେ ଭୋଜନ କରି ଶୋଇଥିଲେ l ସେ ଘରେ ଏକା ରହୁଥିବା ବେଳେ ପଡିସା ଲୋକ ସହ ଗୁରୁବାର ସନ୍ଧ୍ୟାରେ କଥା ବାର୍ତ୍ତା ହେଉଥିଲେ l ଶୁକ୍ରବାର ସକାଳୁ ସାଲ୍ୟାମା ଘର ର କବାଟ ଖୋଳିନଥିବା ହେତୁ ସାହି ପଡିସା ଲୋକ କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କବାଟ ଖୋଳିନଥିବା ହେତୁ ପାଟପୁର ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରର କବାଟ ଖୋଲି ସାଲ୍ୟାମା ମୃତ ହୋଇଥିବା ଦେଖି ମୃତ ଦେହ ଜବତ କରିଥିବା ବେଳେ ଶବ ବ୍ୟବଛେଦ ନିମନ୍ତେ ମୃତ ଦେହକୁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିଲା l ଏନେଇ ପୋଲିସ ଏକ ଅପମୃତ ମାମଲା ନ 09/22 ରୁଜୁ କରିଥିବା ବେଳେ ମୃତ ର କାରଣ ଅସ୍ୱଷ୍ଟ ରହିଛି l ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ ର ପ୍ରକୃତ କାରଣ ଜଣାପଡିବ l