ବନ୍ଦ ହେବ ଭୋଡାଫୋନ ଆଇଡିଆ !

ମୁମ୍ବାଇ:ରୁଣରେ ବୁଡି ରହିଥିବା ଭୋଡାଫୋନ ଆଇଡିଆ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଉଥିବା ବେଳେ ଏଥିନେଇ ପ୍ରଶ୍ନ ହେଉଛି ଯଦି ଏହି କମ୍ପାନୀ ବନ୍ଦ ହୋଇଯାଏ ତାହାହେଲେ କଣ ହେବ। ବିଶେଷଜ୍ଞଙ୍କ ମତରେ ଭୋଡାଫୋନ ଆଇଡିଆର ୧୧୩.୯ ୪ଜି ଗ୍ରାହକକୁ ନିଜ କମ୍ପାନୀରେ ସାମିଲ କରିବା ପାଇଁ ରିଲାୟନ୍ସ ଜିଓ ଓ ଭାରତୀ ଏୟାରଟେଲର କ୍ଷମତା ରହିଛି। କିନ୍ତୁ ୨ଜି ଗ୍ରାହକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।
ଜିଓ ଓ ଏୟାରଟେଲ ପାଇଁ ଗ୍ରାହକ ବୃଦ୍ଧି କରିବାକୁ ଏହା ଏକ ସୁଯୋଗ ସୃଷ୍ଟି କରିବ। ବିଶେଷକରି ସବସିଡି ଓ ଆକର୍ଷଣୀୟ ଅଫର ଦେଇ ଭୋଡାଭୋଫ ଆଇଡିଆର ୨ଜି ଗ୍ରାହକଙ୍କୁ ୪ଜିରେ ସାମିଲ କରିବା ପାଇଁ ଆକର୍ଷିତ କରିପାରନ୍ତି। ନିକଟରେ ହୋଇଥିବା ସ୍ପେକଟ୍ରୁମ ନିଲାମରେ ଜିଓ ଓ ଏୟାରଟେଲ ସେମାନଙ୍କ ୪ଜି ନେଟୱାର୍କ ଶକ୍ତି ବୃଦ୍ଧି କରିଛନ୍ତି। ବିଶେଷଜ୍ଞଙ୍କ କହିବା ପ୍ରକାରେ ଏହି ଦୁଇ କମ୍ପାନୀ ମିଳିତ ଭାବେ ଅତିରିକ୍ତ ୩୦୦ ନିୟୁତ ଗ୍ରାହକଙ୍କୁ ବହନ କରିପାରିବେ। ଜିଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସର ଫଳାଫଳ ଘୋଷଣା ଅବସରରେ ପ୍ରକାଶ କରିଥିଲା ଯେ ସ୍ପେକଟ୍ରୁମ ବାଦରେ ପୁଞ୍ଜିନିବେଶ କରାଯାଇ ଅତିରିକ୍ତ ୨୦୦ ନିୟୁତ ଗ୍ରାହକଙ୍କୁ ନେଟୱାର୍କରେ ସାମିଲ କରାଯାଇପାରିବ। ଏୟାରଟେଲ ମଧ୍ୟ ୨୨ ଟେଲକର୍ମ ସର୍କଲ ମଧ୍ୟରୁ ୧୫ଟି ସର୍କଲରେ ସ୍ପେକଟ୍ରୁମ ପରିସର ବୃଦ୍ଧି କରି ୧୦୦ ନିୟୁତ ଅତିରିକ୍ତ ଗ୍ରାହକଙ୍କୁ ସାମିଲ କରିବାକୁ ଯୋଜନା କରିସାରିଛି। ଏହି କାରଣରୁ ଯଦି ଭୋଡାଫୋନ ଆଇଡିଆ ବନ୍ଦ ହୋଇଯାଏ ତାହାହେଲେ ଜିଓ ଓ ଏୟାରଟେଲ ୧୧୩.୯ ଭୋଡାଫୋନ ୪ଜି ଗ୍ରାହକଙ୍କୁ ନିଜ ନେଟୱାର୍କରେ ସାମିଲ କରିପାରିବେ। ବର୍ତ୍ତମାନ ଜିଓର ୪୦୦ ଯୁକ୍ତ ଗ୍ରାହକ ରହିଥିବା ବେଳେ ୫୦୦ ନିୟୁତ ଗ୍ରାହକ ପାଇଁ ଯେଉଁ ଲକ୍ଷ୍ୟ କମ୍ପାନୀ ରଖିଛି। ଭୋଡାଫୋନ ଆଇଡିଆ ବନ୍ଦ ହେଲେ ଜିଓର ଲକ୍ଷ୍ୟ ପୂରଣ ସହଜ ହେବ।
ହେଲେ ସମସ୍ୟା ରହିଛି ଭୋଡାଫୋନ ଆଇଡିଆର ୧୫୪ ନିୟୁତ ୨ଜି ଗ୍ରାହକଙ୍କୁ ନେଇ ବୋଲି କୁହାଯାଇଛି। ଦେଶରେ କେବଳ ଦୁଇ ନେଟୱାର୍କ ଏୟାରଟେଲ ଓ ବିଏସଏନଏଲ ଏବେ ୨ଜି ନେଟୱାର୍କ କାର୍ଯ୍ୟକାରୀ କରୁଛନ୍ତି। ବୈଷୟିକ ବିଶେଷଜ୍ଞଙ୍କ ମତରେ ଭୋଡାଫନର ଏତେ ସଂଖ୍ୟକ ୨ଜି ଗ୍ରାହକଙ୍କୁ ଏହି ଦୁଇ ନେଟୱାର୍କ ସାମିଲ କରିବା କଷ୍ଟକର ହେବ। କାରଣ ବହୁ ବର୍ଷ ହେଲା ବିଏସଏନଏଲ ତାର ୨ଜି/୩ଜି ନେଟୱାର୍କ ସମ୍ପ୍ରସାରଣ କରିନାହନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ବର୍ତ୍ତମାନ ପୁଞ୍ଜିନିବେଶ କେବଳ ୪ଜିନେଟୱାର୍କରେ କେବଳ ହେବ। ବିଏସଏନଏଲ/ଏମଟିଏନଲର ମିଳିତ ଭାବେ ୧୨୦ ନିୟୁତ ୨ଜି ଓ ୩ଜି ଗ୍ରାହକ ରହିଛନ୍ତି। ବିଏସଏନଏଲ ଏବେ କେବଳ ୪ଜି ସେବା ପ୍ରଦାନ ପାଇଁ କାର୍ଯ୍ୟ କରୁଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ ୩ଜି ସେବା ବନ୍ଦ କରାଯାଉଛି ଏବଂ ୨ଜି ଗ୍ରାହକଙ୍କୁ ୪ ଜି ସେବା ଅପଣେଇବା ପାଇଁ ପ୍ରବର୍ତ୍ତାଯାଉଛି। ଏହି କାରଣରୁ ୧୦ଟି ସର୍କଲରେ ୯୦୦ ବେଣ୍ଡରେ ୨ଜି ସେବା ସ୍ପେକଟ୍ରୁମକୁ ରିଫ୍ରେମିଙ୍ଗ କରାଯାଉଛି। କମ୍ପାନୀର ୪ଜି ଗ୍ରାହକ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜୁନ ତିନିମାସରେ କମ୍ପାନୀ ମୋଟ ଗ୍ରାହକ ସଂଖ୍ୟାର ୬୦ ପ୍ରତିଶତ ସୃଷ୍ଟି କରିପାରିଥିବା ବେଳେ ଗତବର୍ଷ ଶେଷ ତଥା ମାର୍ଚ୍ଚ ତ୍ରେୟ ମାସରେ ୫୨.୪ ପ୍ରତିଶତ ଗ୍ରାହକ ସୃଷ୍ଟି କରିପାରିଥିଲ।ା ୨ ଜି ସେବା ବନ୍ଦ କରିବା ପାଇଁ କିଛି ବର୍ଷ ଲାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨ଜି ଗ୍ରାହକଙ୍କୁ ୪ଜି ସେବା ଗ୍ରହଣ କରିବାରେ ପ୍ରତିବନ୍ଧକ ସାଜିଛି ନୂଆ ଫୋନ କିଣିବା । ଜିଓ ପକ୍ଷରୁ ୪ଜି ସେବା ଉପଲବ୍ଧ ହେଉଥିବା ଫୋନର ମୂଲ୍ୟ ହ୍ରାସ କରି ଏକ ହଜାର ଟଙ୍କା କରିବାକୁ ଯୋଜନା କରାଯାଉଛି। ଏହା ୧୩୦ ନିୟୁତ ୨ଜି ଗ୍ରାହକୁ ସୁହାଇବ କି ନାହିଁ ପରେ ଜଣାପଡିବ। ଅନ୍ୟ ପକ୍ଷରେ ଏୟାରଟେଲ ପକ୍ଷରୁ ଏଭଳି ସବସିଡି ଯୁକ୍ତ ମୋବାଇଲ ଯୋଗାଣ ସପକ୍ଷରେ ନାହିଁ। ତାହା ଯୋଗାଇବା ସମ୍ଭବ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ହେଲେ ଭୋଡାଫୋନ ଆଇଡିଆ ବନ୍ଦ ହେଲେ କମ୍ପାନୀ ତାର ନିଷ୍ପତ୍ତିର ପୁର୍ନବିଚାର କରିପାରେ ବୋଲି ବିଶେଷଜ୍ଞ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ