ବନ୍ଦ ହେଲା ଟିକ୍‌ଟକ୍‌

ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ଚୀନ ଭିଡିଓ ଆପ୍‌ ଟିକ୍‌ଟକକୁ ଭାରତରେ ବ୍ଲକ କରିଦେଇଛି। ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକ୍‌ଟକ ଆପ୍‌କୁ ଡାଉନଲୋଡ୍‌ କରାଯାଇପାରିବ ନାହିଁ। ଭାରତରେ କୋଟି କୋଟି ଯୁବପିଢ଼ିଙ୍କ ନିକଟରେ ଟିକ୍‌ଟକ୍‌ ଆପ ଲୋକପ୍ରିୟତା ହାସଲ କରିପାରିଥିଲା। କିନ୍ତୁ ଏହି ଆପ୍‌ରେ ଅଶ୍ଳୀଳ ବାର୍ତ୍ତା ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେବାରୁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ଚିନ୍ତାବ୍ୟକ୍ତ କରିବା ସହ ଟିକ୍‌ଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ପରେ କେନ୍ଦ୍ର ସରକାର ପ୍ଲେ ଷ୍ଟୋରରୁ ଟିକ୍‌ଟକ ଆପ୍‌ ହଟାଇବାକୁ ଗୁଗଲ ଏବଂ ଆପଲକୁ ନିର୍ଦେଶ ଦେଇଥିଲେ। ଏବେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍‌ଟକ ଆପ୍‌କୁ ହଟାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ