ବନ୍ଧସାହିରେ ବ୍ରହ୍ମକମଳ ଫୁଲ ଫୁଟିଲା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସଦର ଟାଉନର ବନ୍ଧସାହିରେ ରହୁଥିବା ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ କୁମୁଦିନୀ ପାତ୍ରଙ୍କ ଫୁଲ ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି l ପ୍ରଥମ ଥର ପାଇଁ ତାଙ୍କର ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟି ଥିବାରୁ ପାତ୍ର ପରିବାରର ସମସ୍ତ ସଦସ୍ଯ ମାନେ ଖୁସି ରେ ବିଭୋର ହୋଇଛନ୍ତି । ବ୍ରହ୍ମକମଳ ଫୁଲ ଫୁଟିଥିବା ଖବର ଜାଣିବାପରେ ଆଖପାଖ ବାସିନ୍ଦା ମାନେ ଏହି ଫୁଲକୁ ଦେଖିବାକୁ ଆସିଥିଲେ |ସକାଳୁ ନିକଟସ୍ଥ ପତିତପାବନ ମନ୍ଦିରରେ ସପରିବାର ଯାଇ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ