ବନ୍ଧ କାଟି ଜଳ ନିସ୍କାସନ କଲା ଜଳସମ୍ପଦ ବିଭାଗ
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ପାଣି ଘେରରେ ସମଣାର ୩୦ ପରିବାର ଶିର୍ଷକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଜଳସମ୍ପଦ (ବନ୍ୟା) ବିଭାଗ ପକ୍ଷରୁ ତପôରତା ପ୍ରକାଶ ପାଇଛି । ଆଜି ବିଭାଗ ପକ୍ଷରୁ ନଦୀବନ୍ଧକୁ କାଟି ଜଳ ନିସ୍କାସନ କରାଯାଉଛି । ଫଳରେ ଗାଁ ଲୋକେ ଆସ୍ୱସ୍ଥି ପ୍ରକାଶ କରିବା ସହିତ ଗଣମାଧ୍ୟମକୁ ଧନ୍ୟବାଦ ଚଣାଇଛନ୍ତି । ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଗୋବିନ୍ଦପୁର ରାସ୍ତା ଉପରେ ସମଣା, ଗୋବିନ୍ଦପୁର, ଆଗିରିଆ, ହାବଳେଶ୍ୱର, ଗିରିଗାଁ, ବାହାରିପୁର ଆଦି ୧୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । କିନ୍ତୁ ବୈତରଣୀ ନଦୀବନ୍ଧ ନିର୍ମାଣ ହେବାଠାରୁ ବର୍ଷାଜଳ ନିସ୍କାସନ ହୋଇନପାରି ସମଣା ଗୋବିନ୍ଦପୁର ରାସ୍ତା ବୁଡି ରହିବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସମଣା ନୁଆସାହିକୁ ଯାଇଥିବା ୩୦୦ମିଟର ରାସ୍ତାଟି ବୁଡିରହିଛି । ଅଣ୍ଟେ ପାଣିରେ ଗାଁ ଲୋକମାନେ ଯିବା ଆସିବା କରିବା ସହ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବା କରୁଛନ୍ତି । ଅଧିକାଶଂ ପିଲା ଏତେ ପାଣି ଯୋଗୁଁଆସିପାରୁ ନଥିବାବେଳେ ଆଉ କେତେକ ଛାତ୍ରଛାତ୍ରୀ ପାଣିରେ ଯାତାୟତ କରିବା ଦ୍ୱାରା ବିଭିନ୍ନ ରୋଗରେ ପଡୁଛନ୍ତି । ତେଣୁ ଅଭିଭାବକମାନେ ଆଉ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ରାଜି ହେଉ ନାହାନ୍ତି । ଏପରି ସମସ୍ୟା ଦୀର୍ଘ ୫ବର୍ଷ ହେଲା ଲାଗି ରହିଛି । ବର୍ଷର ୬ମାସ ଗାଁ ର ତିରିଶ ପରିବାରର ଲୋକେ ପାଣି ଘେରରେ ରହି ଆସୁଥିବାବେଳେ ଦୁର୍ଗନ୍ଧ ପାଣିରେ ପସି ଯାତାୟତ କରିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଥିଲେ । ଏପରିକିି ଗୋବିନ୍ଦପୁର ଗ୍ରାମର ଲୋକମାନେ ସମଣା ଗାଁ ଉପରେ ନିର୍ଭର କରୁଥିବାବେଳେ ସମଣା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । କିନ୍ତୁ ରାସ୍ତାରେ ଏତେ ପାଣି ହୋଇଯାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାରେ ନାହିଁ ନଥିବା ସମସ୍ୟା ଭୋଗିବା ସହ ପଞ୍ଚାୟତରୁ ଚାଉଳ, ଗହମ ଓ କିରୋସିନି ସାମଗ୍ରୀ ଉଠାଇ ଘରକୁ ନେଇ ପାରୁ ନାହାନ୍ତି । ଗୋବିନ୍ଦପୁରର ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବାହାରିପୁର ହାଇସ୍କୁଲରେ ପଢ଼ୁଥିବାବେଳେ ବର୍ଷାଦିନେ ସେମାନଙ୍କର ସ୍କୁଲ ଯିବା ଆସିବା ବନ୍ଦ ହୋଇଯାଉଛି । ଏନେଇ ଗ୍ରାମବାସୀମାନେ ବାରମ୍ବାର ଜଳସମ୍ପଦ ବିଭାଗ, କେନ୍ଦୁଝର ଜିଲ୍ଲାପାଳ ଓ ରାଜନେତା ମାନଙ୍କୁ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରୁଥିଲେବି କେହି ତାଙ୍କ ଗୁହାରୀ ଶୁଣୁ ନଥିଲେ । ଫଳରେ ବାଦ୍ୟହୋଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏନେଇ ଗତ ୨୯ତାରିଖ ଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବାପରେ ଗତ ଶୁକ୍ରବାର ଦିନ ଜଳସମ୍ପଦ ବିଭାଗର ମୁଖ୍ୟ ନିର୍ମାଣଯନ୍ତ୍ରୀ ବିଜୟ କୁମାର ମିଶ୍ର, ନିର୍ବାହୀଯନ୍ତ୍ରୀ ବିନୋଦ କୁମାର ପଟ୍ଟନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ରମାକାନ୍ତ ନାୟକ, କନିÂଯନ୍ତ୍ରୀ ସୁର୍ଯ୍ୟମଣି ସାମଲ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାପରେ ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଆଜି କନିÂଯନ୍ତ୍ରୀ ସୂର୍ଯ୍ୟମଣୀ ସାମଲ ନିଜେ ଉପସ୍ଥିତ ରହି ନଦୀବନ୍ଧକୁ କାଟି ଜଳନିଷ୍କାସନର ବ୍ୟବସ୍ଥା କରିଛନ୍ତି । ଆସନ୍ତା କାଲି ସୁଧା ଗାଁ ରାସ୍ତା ଶୁଖିଲା ହୋଇଯିବ ବୋଲି ସେ ସୁଚନା ଦେଇଛନ୍ତି । ବର୍ଷାଜଳ ନିଷ୍କାସନ ପାଇଁ ବନ୍ଧରେ ହୋମପାଇପ ବିଛା ଯାଇଥିବା କହିଛନ୍ତି ।