ବନ୍ୟା ପାଣି ଘେରରେ ୫୦ ଗ୍ରାମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଦେଇ ପ୍ରବାହିତ କୁଶଭଦ୍ରା ନଦୀରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଉଥିବା ବେଳେ ଧନୁଆଁ ନଦୀରେ ବନ୍ୟା ସୃଷ୍ଟି ହୋଇ ବ୍ଲକ ର ପ୍ରାୟ ୫୦ ରୁ ଉର୍ଦ୍ଧ ଗାଁ ପାଣି ଘେର ରେ ରହିଛି। ଧନୁଆଁ ନଦୀ ବନ୍ୟା ରେ ନିମାପଡ଼ା ବ୍ଲକ ର ଧନୁଆଁ, ଅଲଣ୍ଡା,ଶଗଡା, ବଡ଼ମାଛପୁର , ସାଇଁଶଶାସନ ,ବଡ଼ସିରିବିଳା,ବାମନାଳ ,କୋଟକୁସାଙ୍ଗ ଆଦି ୮ ଟି ପଞ୍ଚାୟତ ର ୫୦ ଟି ଗ୍ରାମ ପାଣି ଘେରରେ ରହିଛି ।ବନ୍ୟାଜଳ ପ୍ରବାହିତ ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି। ବନ୍ୟା ପାଣିରେ ଚାଷ ଜମି ସବୁ ବୁଡି ଯାଇଥିବାରୁ ଧାନ ଓ ପନିପରିବା ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧନୁଆଁ ବନ୍ୟାଜଳ ରେ ବ୍ଲକ ର ଚାଷଜମି ,ପଡିଆ ଜମି ,ଗୋଚର ଭୂମି ପ୍ରଭୁତି ବୁଡି ଯାଇଛି ।ଫଳରେ ଗୃହପାଳିତ ପଶୁ ବାହାରକୁ ବାହାରି ପାରିନାହାନ୍ତି ।ବହୁ ଗାଁ ଗଣ୍ଡା ରାସ୍ତା ବନ୍ୟା ପାଣିରେ ବୁଡି ଯିବାରୁ ସାଧାରଣ ଯାତାୟାତ ବହୁଳ ବାଧାପ୍ରାପ୍ତ ହୋଇଛି ।ବିଡ଼ିଓ ବସନ୍ତ କୁମାର ମଲ୍ଲିକ ବିଭିନ୍ନ ପଞ୍ଚାୟତ ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ର ଅନୁଧ୍ୟାନ କରିଛନ୍ତି ।ବହୁ ଚାଷଜମି ଜଳମଗ୍ନ ହୋଇ ପଡିଥିବାରୁ ହଜାର ହଜାର ଚାଷୀ ଓ ଗୃହ ପାଳିତ ପଶୁ ପ୍ରଭାବିତ ହୋଇଥିବା ବିଡ଼ିଓ କହିଛନ୍ତି ।ନିମାପଡ଼ା କୃଷି ଜିଲ୍ଲା ଅଧିକାରୀ ବରୁଣ କୁମାର ବେହେରା ଓ ସହକାରୀ କୃଷି ଅଧିକାରୀ ସୁବାସ ଚନ୍ଦ୍ର ବାରିକ ବନ୍ୟାଞ୍ଚଳ ବୁଲି ଫସଲ କ୍ଷୟକ୍ଷତି ର ଅନୁଧ୍ୟାନ କରିଛନ୍ତି । ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାସ ଙ୍କୁ ପଚାରିବାରେ କୁଶଭଦ୍ରା ଓ ଧନୁଆ ନଦୀରେ ବନ୍ୟା ଜଳ କମିବାରେ ଲାଗିଛି ।ବିପଦର ଆଶଙ୍କା ନାହିଁ ବୋଲି କହିଛନ୍ତି ।ନିମାପଡ଼ା ବିଧାୟକ ସମିର ରଞ୍ଜନ ଦାଶ ଆଜି ଧନୁଆଁ ନଦୀର ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ର ଅନୁଧ୍ୟାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ