ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଆଜିବି ବିଭିନ୍ନ ଗ୍ରାମ ପାଣିଘେରରେ ଅଛନ୍ତି । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷଜମି ଆଜି ଛାରଖାର । ଗୃହପାଳିତ ପଶୁଙ୍କର ଅବସ୍ଥା ନକହିଲେ ଭଲ । ଚଷାପୁଅ ଆଜି ମୁଣ୍ଡରେ ହାତ ଦେଇ ବସିଛି । କେମିତି ବଞ୍ôଚବ, କିପରି ପରିବାର ଚଳାଇବ । ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆଜି ପାଇକ ମହାସଂଘ ପକ୍ଷରୁ କଣାସ ଅଞ୍ଚଳରେ ବିଭିନ୍ନ ଗ୍ରାମ ଗଡ଼ଦୋକନ୍ଦା, ବଳଭଦ୍ରପୁର, ତରାସ, ପାଣ୍ଡିଆକେରା, କଖାରୁବସ୍ତ, ବୈଦ୍ୟନାଥପାଟଣା ଗସ୍ତକରି ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ, ବିସ୍କୁଟ, ମଶାଧୁପ, ଡ଼ିଆସିଲ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ପାଇକ ମହାସଂଘକୁ ବରିଷ୍ଠ ସମାଜସେବୀ ଖିରେନ୍ଦ୍ର ନାଥ ସାହୁ ସହାୟତାର ହାତ ବଢାଇଥିଲେ । ଆଗାମୀ ଦିନରେ ମହାସଂଘ ପକ୍ଷରୁ ପ୍ରତ୍ୟେକ ଶିକ୍ଷାର୍ଥୀମାନଙ୍କୁ ମାଗଣାରେ ବହି, ଖାତା ତଥା ପାଠ୍ୟ ଉପକରଣ ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ସ୍ଥିର କରାଯାଇଛି । ଗଡ଼ଦୋକନ୍ଦା ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ବନ୍ୟାର ସମ୍ମୁଖୀନ ହେଉଥିବା ଏହି ବ୍ଲକକୁ କିପରି ରକ୍ଷା କରାଯାଇ ପାରିବ ତାହା ଉପରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ମହାସଂଘ ଦାବୀ କରିଛି । ଆଜିର ଏହି ସହାୟତା କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ କେଦାର ଦାଶ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ମୁଖପାତ୍ର ରଜନୀ ନୟନ ରଥ, ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁଳ ସମ୍ପାଦକ ବିଜୟ ବେହେରା, ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ