ନୂଆଗଡ ବ୍ଲକରେ ମନରେଗା ଯୋଜନା ନାମରେ ଲୁଣ୍ଠନ ଅଭିଯୋଗ
ମୋହନା, (ଅଂଶୁମାନ ପଣ୍ଡା) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲାଗିଛି ମାଳ ମାଳ ଫଳକ । ହେଲେ କାମ ନକରି ଯୋଜନା ନାମରେ ଅର୍ଥ ହରିଲୁଟ୍ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଦୂର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ପ୍ରଦାନ ସହ ଅଞ୍ଚଳର ବିକାଶ ତଥା ଅଞ୍ଚଳ ବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ୧୯୫୮ ମସିହାରେ ନୂଆଁଗଡ଼ ବ୍ଲକ୍ ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର । ବିଡିଓ ସାଙ୍ଗକୁ ତହସିଲଦାର ଭାବେ ଦୀର୍ଘ ବର୍ଷ ହେବ ଲାବନ୍ୟେନ୍ଦୁ ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି । ମହାନ୍ତି ଜଣେ ଶ୍ରେଠ ପ୍ରଶାସକ ବୋଲି କୁହାଯାଉଥିବା ବେଳେ । ଏବେ କିନ୍ତୁ ଏହି ଶ୍ରେଷ୍ଠ ପ୍ରଶାସକଙ୍କ ଅଧିନରେ ଥିବା ନୂଆଁଗଡ଼ ବ୍ଲକରେ ଲାଗିଛି ଦୂର୍ନୀତିର ଛିଟା । ଏହି ବ୍ଲକରେ ମନରେଗା ଯୋଜନାରେ କେବଳ ଫଳକ ମାରି କାମ ନକରି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଉଥିବା ଅଭିଯୋଗ ହେଉଛି । ଏଭଳି କି ମନରେଗା ଯୋଜନାରେ ଯେଉଁ ଦୂର୍ନୀତି ହୋଇଛି ତାହାର ସୂଚନା ପାଇବା ପାଇଁ ସୁଚନା ଅଧିକାର ଆଇନ ବଳରେ ସୁଚନା ମାଗିଲେ ମଧ୍ୟ ବ୍ଲକ୍ ରୁ ସୂଚନା ଦିଆଯାଉନଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ଲୋକଙ୍କ ଅଭିଯୋଗ ପ୍ରକାରେ ନୂଆଁଗଡ଼ ବ୍ଲକ୍ ର ଶିବ ମନ୍ଦିର ଠାରୁ ଆରମ୍ଭ କରି କିଚାର୍ଲାଙ୍ଗ ନଦୀ କୂଳରେ ଚାଲି ଚାଲି ଗଲେ ଜଙ୍ଗ୍ ଜଙ୍ଗ୍ ଗ୍ରାମ ଜଙ୍ଗଲ ମଧ୍ୟରେ ମଧ୍ୟରେ ନିର୍ମାଣ ହୋଇଛି ମାଳ ମାଳ ଫଳକ । ଏହି ସବୁ ଫଳକ ୨୦୨୦/୨୧ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ବୋଲି ମଧ୍ୟ ସୂଚନା ଫଳକରେ ଦର୍ଶା ଯାଇଛି । ଯେଉଁ ଅଞ୍ଚଳର ବିକାଶ ପାଇଁ ଏତେ ଗୁଡାଏ ଫଳକ ମରାଯାଇଛି ସେଠାକୁ ଅଦ୍ୟାବଧି ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନିର୍ମାଣ ହୋଇନି । ଉଦାହରଣ ସ୍ୱରୂପ ଫଳକ ନଂ (୧) ହରିହର ବିଲରେ ଡ୍ରେନ୍ ନିର୍ମାଣ ପାଇଁ ୫ ଲକ୍ଷ, ଫଳକ ନଂ (୨) ଯୁବ ବିଲଠାରେ ମେଟାଲ୍ କଂକ୍ରିଟ ସୁରକ୍ଷା ବାଡ଼ ପାଇଁ ୧୦ ଲକ୍ଷ, ଫଳକ ନଂ (୩) କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳର ସୁରକ୍ଷା କାନ୍ଥ ପାଇଁ ୧୦ ଲକ୍ଷ, ଫଳକ ନଂ (୪) ହେମନ୍ତ ବିଲ ଠାରୁ କିଚାର୍ଲାଙ୍ଗର ସୁରକ୍ଷା କାନ୍ଥ ପାଇଁ ୧୦ ଲକ୍ଷ, ଫଳକ ନଂ (୫) କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳର ପାହାଚ ନିର୍ମାଣ ପାଇଁ ୧୦ ଲକ୍ଷ, ଫଳକନଂ (୬) ରଗେଇଝୁଳୀ ସୁରକ୍ଷା ପାଚେରୀ ପାଇଁ ୧୦ ଲକ୍ଷ, ଫଳକ ନଂ ( ୭) ଗୁଲସନ୍ କାଜୁବାଡ଼ରେ ପଥର ବନ୍ଧେଇ ପାଇଁ ୫ ଲକ୍ଷ, ଫଳକ ନଂ (୮) ଢିମ୍ବିରି ଗଛ ଠାରେ ସୁରକ୍ଷା ପାଚେରୀ ପାଇଁ ୧୦ ଲକ୍ଷ, ହେଲେ କାର୍ଯ୍ୟାରମ୍ଭ ଆଉ କାର୍ଯ୍ୟ ଶେଷ ତାରିଖ ଲେଖାଯାଇନି । ତେବେ ଏହି କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳ ଅଞ୍ଚଳର ବିକାଶ ପାଇଁ ଯେତେ ଫଳକ ଲାଗିଥିଲେ ମଧ୍ୟ କୌଣସି କାମ ନକରି ଯୋଜନା ନାମରେ ହରିଲୁଟ୍ ହେଉଛି ବୋଲି ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳ ବାସୀ । ଅନ୍ୟପଟେ କିଚାର୍ଲାଙ୍ଗ ପଥୁରିଆ ନଦୀଟି ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ଶୋଭା ବର୍ଧନ କରୁଥିବା ବେଳେ ନା ସେଠାରେ ନିର୍ମାଣ ହୋଇଛି କୌଣସି ପାହାଚ ନା କିଚାର୍ଲାଙ୍ଗ ନାମରେ ତିଆରି ହୋଇଛି କୌଣସି ସ୍ୱତନ୍ତ୍ର ସ୍ଥାନ । ନଦୀ କୁଳେ କୂଳେ ଏମିତି ପଥୁରିଆ ରାସ୍ତା କଡ ଓ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଜଙ୍ଗ୍ ଜଙ୍ଗ୍ ଗ୍ରାମ ଦେଇ ମୁଖ୍ୟ ସଡକକୁ ବାହାରିବା ପରେ ୨୦୨୦/୨୧ଆର୍ଥିକ ବର୍ଷରେ ପାଣିଚୁଆଁ ଆମ୍ବ ଗଛ ନିକଟରେ କଂକ୍ରିଟ କାନ୍ଥ ନିର୍ମାଣ ପାଇଁ ସାମଗ୍ରୀ ମୂଲ୍ୟ ୬ ଲକ୍ଷ ୭୬ ହଜାର ୧ଶହ ୫୨ ଟଙ୍କା, ଏବଂ ଶ୍ରମିକ ମୂଲ୍ୟ ୩ଲକ୍ଷ ୨୩ହଜାର ୮ ଶହ ୪୮ ଟଙ୍କା, ଏମିତି ମୋଟ ମୂଲ୍ୟ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ବୋଲି ଦର୍ଶା ଯିବା ସହ କାର୍ଯ୍ୟ ଆରମ୍ଭ ତାରିଖ ୧୩ଜୁଲାଇ ୨୦୨୧ ଦର୍ଶା ଯାଇଥିବା ବେଳେ କାର୍ଯ୍ୟ ଶେଷ ତାରିଖ ଦର୍ଶା ଯାଇନାହିଁ । ହେଲେ ଏହି କାମ ଭଳି ନୂଆଁଗଡ଼ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଏମିତି ଅନେକ ସ୍ଥାନରେ ଫଳକ ମରାଯାଇଥିଲେ ମଧ୍ୟ ପ୍ରକୃତରେ ସେଗୁଡିକର କିଛି କିଛି ସ୍ଥାନରେ କିଛି କାମ କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ କୌଣସି କାମ ନକରି ଫଳକମାରି ରାଜକୋଷକୁ ଲୁଣ୍ଠନ କରାଯାଉଥିବା ଅଭିଯୋଗ ହେଉଛି । ଏଗୁଡ଼ିକର ଯଦି ଉଚ୍ଚ ସ୍ତରୀୟ ତଦନ୍ତ କରାଯାଏ ତାହେଲେ ନୁଆଁଗଡ ବ୍ଲକରେ ହୋଇଥିବା ଅନେକ ଦୂର୍ନୀତିର ପର୍ଦାଫାସ୍ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏଭଳି ଦୂର୍ନୀତିର ଖୁଲାସା କିଭଳି ହେବ ତାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି । ଯାହା ଦ୍ୱାରା ଏଭଳି ଦୃନିତୀ ଖୋର ଅଧିକାରୀଙ୍କ ଯୋଗୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି ଅଂଚଳର ଲୋକେ, ଆଉ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଗୁଡ଼ିକ ବଦନାମ ହେବାରେ ଲାଗିଛି । ଏହି ବିଷୟରେ ବିଡ଼ିଓ ମହାନ୍ତିଙ୍କ ପତିକ୍ରିଆ ପାଇଁ ଫୋନ୍ କରିଥିଲେ ମଧୟ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍ ଉଠାଉନାହାନ୍ତି ଏ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରୋମଞ୍ଚଳ ଖମାରୀଙ୍କୁ ପଚାରିବାରୁ ସେ କହିଛନ୍ତି କାମ ଗୁଡ଼ିକର ତଦନ୍ତ କରାଜୀବ ସହ ଯଦି କିଛି ଦୁର୍ନୀତି ହୋଇଛି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି.


