ବନ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
କୋଦଳା: ବେଗୁନିଆପଡା ବ୍ଲକର ଵାଲାସିଂ ଓ ଖଳାଡ଼ି ଭଳି ଦୁର୍ଗମ ଅଞ୍ଚଳରେ ବନ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ଃ ଜୟଦେବ ନାୟକ ଓ ରୋଗ ନିଦାନକାରୀ ସୁକାନ୍ତ କୁମାର ନାୟକଙ୍କ ଦ୍ଵାରା ମେଲେରିଆ,ରକ୍ତଚାପ,ମଧୁମେହ ପରୀକ୍ଷା ସହ ସେମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା । ଏଥିରେ ପୋଲସରା ବନ ବିଭାଗର ଅଫିସର ସଚିନ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କୋଦଳା ବନାଞ୍ଚଳ ଅଧିକାରୀ ବଂଶୀଧର ପ୍ରଧାନ, ବନ ରକ୍ଷକ ଲାଜୁ ଶବର ଓ ଅନ୍ୟମାନେ ସହଯୋଗ କରିଥିଲେ।


